ସଂଧ୍ୟା ‘ଆହାର‘ରେ ପେଟ ପୂରୁନି, ୬ଟାରୁ ଆରମ୍ଭ ହୋଇ ସାଢ଼େ ୭ଟା ଭିତରେ ଶେଷ

କଟକ: ସଂଧ୍ୟା ୬ଟାରୁ ଆରମ୍ଭ ହେଉଛି ସାଢେ ୭ଟାବେଳକୁ ଶେଷ ହୋଇଯାଉଛି। ଏମିତି ବି ହେଉଛି, ଟିକେଟ୍‌ ଥାଇ ବି ଲୋକ ପାଉ ନାହାନ୍ତି ଆହାର। ପ୍ରତିଦିନ ଶତାଧିକ ଲୋକ ଫେରୁଛନ୍ତି ‘ଆହାର’ ନପାଇ। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ। ଆହାର ଗାଡି ପହଞ୍ଚିଲା ବେଳକୁ ଲାଗି ଯାଉଛି ଲମ୍ବା ଲାଇନ୍‌। ସଂଧ୍ୟା ୬ଟା ପୂର୍ବରୁ ଏସ୍‌ସିବି ଆହର କେନ୍ଦ୍ର ହେଉ ବା ଆଚାର୍ଯ୍ୟ ହରିହର ସବୁଠି ଭିଡ। ୫ଟଙ୍କାରେ ଆହାର ପେଟ ପୂରୂ ନଥିବାରୁ ଅନେକ ଦୁଇଟି ଲେଖାଏଁ ଟିକେଟ୍‌ ବି କରୁଛନ୍ତି। ଭାତର ପରିମାଣ ଟିକିଏ କମ୍‌ ରହୁଥିବା କିଛି ବ୍ୟକ୍ତି ନିଜ ନାମ ଗୋପନ ରଖି କହିଥିବା ବେଳେ ସକାଳ ଓଳି ବି ସାମନ ସ୍ଥିତି । ଲୋକ ଫେରୁଛନ୍ତି କିନ୍ତୁ ସଂଧ୍ୟାରେ ଆହର ମିଲ୍‌ ଅଧା କମାଇ ଦିଆଯାଉଥିବାରୁ ତା’ ଅଣ୍ଟୁନି। କଟକ ବଡ଼ ଡାକ୍ତରଖାନାରେ ପ୍ରତିଦିନ ସର୍ବାଧିକ ୨୧୦୦ (ଦିନରେ ୧୩ଶହ ମିଲ୍‌ ବିକ୍ରି କରାଯାଉଥିବାବେଳେ ରାତିରେ କିନ୍ତୁ ମାତ୍ର ୮ଶହ ମିଲ୍‌ ଦିଆଯାଉଛି। ସେହିପରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦିନରେ ୯୦୦ ଓ ରାତିରେ ୪୫୦, ଶିଶୁଭବନରେ ଦିନରେ ୭୦୦ ଓ ରାତିରେ ୪୦୦ ମିଲ୍‌ ଦିଆଯାଉଥିବାରୁ ରାତିରେ ଲୋକ ହନ୍ତସନ୍ତ ହେଉଛନ୍ତି।

ଏପଟେ ସଂଧ୍ୟା ୬ଟାରୁ ଆସି ଲାଇନ୍‌ ଲଗାଇଲେ ସାଢେ ୭ଟା ଭିତରେ ସବୁ ସରିଯାଉଥିବାରୁ ଯିଏ ବିଳମ୍ବ କ‌ଲା ସେ ଆଉ ପାଇବନି। ଏପ୍ରିଲରୁ ଯଦିଓ ଆହାର ସଂଖ୍ୟା ବୃଦ୍ଧି କରାଗଲା ତଥାବି ତାହା ପାଉନି। ଏସ୍‌ସିବି, ଆଚାର୍ଯ୍ୟ ହରିହର ଓ ଶିଶୁଭବନରେ ସଂଧ୍ୟାର ଆହର ସଂଖ୍ୟା ବୃଦ୍ଧି କରାଗଲେ ଓ ସମୟ ସୀମା ୬ଟା ପରିବର୍ତ୍ତେ ୭ଟା କରାଗଲେ ଅନେକ ରୋଗୀ ସଂପର୍କୀୟ ଉପକୃତ ହୋଇପାରନ୍ତେ। କାରଣ ୬ଟା ବେଳକୁ ଅନେକ ସଂପର୍କୀୟ କିଏ ରିପୋର୍ଟ ପାଇଁ ତ ପୁଣି କିଏ ଡାକ୍ତରଙ୍କୁ ଅପେକ୍ଷା କରୁଥିବାରୁ ସଂଧ୍ୟା ୭ଟାରେ ଆହାର ଦେବା ବ୍ୟବସ୍ଥା ଆରମ୍ଭ କରାଗଲେ ଭଲ ହୁଅନ୍ତା ବୋଲି ଅନେକ ସଂପର୍କୀୟ ଦାବି କରିଛନ୍ତି। ତେବେ ଅନେକ ରୋଗୀ ସଂପର୍କୀୟ ଡବା, ଟିଫିନ ଧରି ଲାଇନ୍‌ରେ ଅପେକ୍ଷା କରି ରହୁଛନ୍ତି ଆହାର ପାଇଁ। ସଂଧ୍ୟାରେ ଆହାର ଦିଆଯାଉଥିବାରୁ ତାକୁ ନେଇ ୱାର୍ଡରେ ରଖୁଛନ୍ତି ଓ ପରେ ତାହାକୁ ଖାଉଛନ୍ତି। ଫଳରେ ଆହାର କେନ୍ଦ୍ରରେ ବସି ଖାଇବା ଲୋକଙ୍କ ସଂଖ୍ୟା ବି କମ୍‌ ଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର