ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆକାଶ ପାଠକ

କଟକ: ଦୁର୍ନୀତି ଓ ଠକେଇ ମାମଲାରେ   ଗିରଫ ହୋଇଥିବା ଆକାଶ ପାଠକ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।  ତାଙ୍କ ବାପା ତଥା ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା  ବହୁଚର୍ଚ୍ଚିତ ଆଇଏଫଏସ୍  ଅଧିକାରୀ ଅଭୟକାନ୍ତ ପାଠକ ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିସାରିଛନ୍ତି । ପୂର୍ବରୁ ଆକାଶଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କୁ ପ୍ରଥମେ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ପରେ
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା ଜଣାପଡ଼ିବା ପରେ ମାମଲା  କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଏବେ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଅଭିଯୋଗ ମୁତାବକ ଟାଟା ମୋଟର୍ସରେ  ଚାକିରି ଦେବାକୁ କହି  ୧୨୪ ଜଣଙ୍କଠାରୁ ପ୍ରାୟ ୬୫ ଲକ୍ଷ ଟଙ୍କା ନିଆଯାଇଛି । ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସମ୍ବନ୍ଧିତ ଖବର