କଟକ: ଡ୍ରିମ୍ସ ସ୍ୱୟଂଶାସିତ ବୈଷୟିକ ମହାବିଦ୍ୟାଳୟ ଆଲୁମ୍ନି ଆସୋସିଏସନ୍ ପକ୍ଷରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ଶିକ୍ଷାନୁଷ୍ଠାନ ପରିସରସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦୯/୧୦ ବ୍ୟାଚ୍ର ଛାତ୍ରଛାତ୍ରୀ ଯୋଗଦେଇ ଭାବବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ପ୍ରମୋଦ ଚନ୍ଦ୍ର ରଥ ଯୋଗଦେଇ ପୂରାତନ ଛାତ୍ରଛାତ୍ରୀଙ୍କୁ ‘ଡ୍ରିମ୍ସ’ର ବ୍ରାଣ୍ଡ୍ ଆମ୍ବାସଡର ଭାବରେ ବର୍ଣ୍ଣନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ପୁରାତନ ବିଦ୍ୟାର୍ଥୀଙ୍କ ସଫଳତା ପାଇଁ ଶିକ୍ଷାନୁଷ୍ଠାନ ଆଜି ଗର୍ବିତ ବୋଲି ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର କହିଥିଲେ।
ଆସୋସିଏସନ୍ର ସଭାପତି ତଥା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ନୟନ ରଂଜନ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଡିନ୍’ ପ୍ରାଧ୍ୟାପିକା ଡ. ଲୀନା ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁରଜିତ୍ ମହାନ୍ତି, ପ୍ରାଧ୍ୟାପକ ଶେଖରେଶ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଲୋକନାଥ ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ନିବକିଶୋର ମିଶ୍ର, ସିଡିସି ସହ ନିର୍ଦ୍ଦେଶକ ରାମାକାନ୍ତ କାସ୍ତା, ଜିତେନ୍ଦୁ କୁମାର ଶତପଥୀ, ପ୍ରାଧ୍ୟାପକ ଦୀପକ ରଂଜନ ବିଶ୍ୱାଳ, ରଶ୍ମିରଂଜନ ବିଶ୍ୱାଳ, ସୁଶାନ୍ତ କୁମାର ସେଠୀ, ସଚିବ ପ୍ରାଣବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ପଣ୍ଡା, ସୁଧାଂଶୁଭୂଷଣ କର, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ୱିବେଦୀଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।