ଇଂଜିନିୟର ଅମ୍ରିତା, ହାତରେ ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି

କଟକ: ଇଞ୍ଜିନିୟରିଂ ଛାତ୍ରୀ ଅମ୍ରିତା ଏବେ ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି। ହାରାହାରି ଭାବେ ଦେଢ ‌ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ତିଆରି କରି ତାହାକୁ ରଙ୍ଗ ଦେବା ସହ ମୂର୍ତ୍ତିରେ ବସ୍ତ୍ର ପିନ୍ଧାଇବା କାର୍ଯ୍ୟ ବି ସେ ନିଜ ହାତରେ କରୁଛନ୍ତି। ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଅମ୍ରିତା ଏବେ ମୂର୍ତ୍ତି ତିଆରି ପାଇଁ ଦିନକୁ ଦୁଇ/ତିନି ଘଣ୍ଟା ଦେଉଛନ୍ତି।

କେଶରପୁରର ଆଲୋକ ମହାନ୍ତି ଓ ଇତିଶ୍ରୀ ମହାନ୍ତିଙ୍କ ଝିଅ ଅମ୍ରିତା ଚଳିତ ବର୍ଷ ଓଡ଼ିଶା ଓ ମହାରାଷ୍ଟ ଡ଼ିଜାଇନର ମିଶ୍ରଣରେ ମୂର୍ତ୍ତି ତିଆରି କରୁଛନ୍ତି। ଏହି କାମରେ ତାଙ୍କ ମା’ ଇତ୍ରିଶ୍ରୀ ମହାନ୍ତି ତାଙ୍କୁ ସାହାଯ୍ୟ କରୁଛନ୍ତି। ଆଗାମୀ ଦିନରେ ସବୁ ପୂଜାରେ ସେ ମୂର୍ତ୍ତି ନିର୍ମାଣ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ଅମ୍ରିତା।

ସମ୍ବନ୍ଧିତ ଖବର