ପୁଣି ଫାଟିଲା ‘ଅମୃତ’ ପାଇପ୍‌

କଟକ: ପୁଣି ଫାଟିଲା ଅମୃତ ଯୋଜନା ପାଣି ପାଇପ୍। ଆଜି ବାଦାମବାଡ଼ି-ଲିଙ୍କରୋଡ଼ର ବିଏସ୍‌ଏନ୍‌ଏଲ୍ ଅଫିସ ସମ୍ମୁଖରେ ୪/୫ଟି ସ୍ଥାନରେ ଏହି ପାଣି ପାଇପ୍ ଫାଟି ରାସ୍ତାରେ ଚାଲିଥିଲା ପାଣି। ମାସକ ମଧ୍ୟରେ ସହର ବିଭିନ୍ନ ସ୍ଥାନରେ ଏହି ପାଇପ୍ ଫାଟୁଥିବାରୁ ନିମ୍ନମାନର କାମ ହୋଇଥିବା ଅଭ‌ିଯୋଗ ହୋଇଛି। ପୁଣି ପୂର୍ବରୁ ଯେଉଁଭଳି ଭାବରେ ପାଣି ବାହାରିଥିଲା, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ପାଖାପାଖି ଦେଢ଼ମାସ ମଧ୍ୟରେ ରାଜାବଗିଚା ପୁଲିସ୍ କଲୋନି ରିଂବନ୍ଧ, ବାଦାମବାଡ଼ି ଟ୍ରାଫିକ୍ ଛକ, ଲିଙ୍କରୋଡ୍‌ର ପାଲାମଣ୍ଡପ ପାଖ, ବକ୍ସିବଜାର ଆୟକର ଭବନ ସମ୍ମୁଖରେ ଅମୃତ ଯୋଜନା ପାଣି ପାଇପ୍ ଫାଟି ଆତଙ୍କ ସୃ୍ଷ୍ଟି କରିଥିବା ବ‌େଳେ ବୁଧବାର ରାତିରେ ଲିଙ୍କ୍‌ରୋଡ୍‌ ବିଏସ୍‌ଏନ୍ଏଲ୍ ଅଫିସ ସମ୍ମୁଖରେ ଏକାଥରକେ ୪/୫ଟି ସ୍ଥାନରେ ଏହି ପାଇପ୍ ଫାଟିଛି।

ଅଳ୍ପଦିନ ତଳେ ବିଛାଯାଇଥିବା ଏହି ପାଇପ୍ ବିଭିନ୍ନ ସ୍ଥାନରେ ବାରମ୍ବାର ଫାଟୁଥିବାରୁ ନିମ୍ନାମାନର କାମ ହୋଇଥିବା ଜଳ ଜଳ ଦିଶୁଛି। ପାନୀୟଜଳ ଏକ ସମ୍ବେଦନଶୀଳ ଆବଶ୍ୟକତା ହୋଇଥିବାରୁ ପାଇପ୍ ଫାଟିଲେ, ନାଳନର୍ଦମା ପାଣି ପାଇପ୍‌ରେ ପଶି ଜଳ ଦୂଷିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର