କଟକ: ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ର ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ନିୟମିତ ଜାମିନ ଲୋଡି ଖଗେଶ୍ବର ହାଇକୋର୍ଟରେ ଆଜି ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ମେ ୧୨ରେ ଖଗେଶ୍ବରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ଏହାପରେ ପୁଣି ସେ ନିମ୍ନ ଅଦାଲତରେ ଜାମିନ ଆବେଦନ ଦାୟର କରିଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଇଡି ମାମଲାରେ ଜାମିନ ‌ପାଇଁ ଦ୍ବିତୀୟ ଥର ଖଗେଶ୍ବର ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅର୍ଚ୍ଚନା ନାଗ ମାମଲାରେ କଳାଟଙ୍କା କାରବାରରେ ଖଗେଶ୍ବରଙ୍କ ସଂପୃକ୍ତି ନେଇ ତଦନ୍ତରେ ପ୍ରମାଣ ମିଳିଛି ବୋଲି ଇଡି ତରଫରୁ ନିମ୍ନ ଅଦାଲତରେ ଦର୍ଶାଯାଇଥିଲା। ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବରଙ୍କ ସହିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ଇଡି ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁ ଦାୟର କରିଥିବା ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି।