କଟକ: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରାଙ୍କ ସହ ୧୫ କର୍ପୋରେଟର। ଏମାନଙ୍କ ସହ ଏକାଧିକ ସମର୍ଥକ ମଧ୍ୟ ନବୀନ ନିବାସ ଆସିଛନ୍ତି। କଟକ-ବାରବାଟୀ ପାଇଁ ଦାବିଦାର ଥିଲେ ସଂଜୟ ବେହେରା । କଟକ-ବାରବାଟୀ ପାଇଁ ଦଳ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି। ଏହାପରେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରି ସଞ୍ଜୟଙ୍କ ସମର୍ଥକ ନବୀନ ନିବାସ ଆସିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ପ୍ରକାଶଙ୍କୁ ଟିକଟ ମିଳିବା ପରେ ସଂଜୟ ବେହେରା ନିରାଶ ହୋଇଛନ୍ତି।
ନବୀନ ନିବାସରେ ପୁଅ ଓ ୧୫ କର୍ପୋରେଟରଙ୍କ ସହ ଆଶୀର୍ବାଦ ବେହେରା
/sambad/media/post_attachments/wp-content/uploads/2024/04/90b2d656-5223-4feb-82a7-f21e871dd78b.jpg)