କଟକ: ବାରଙ୍ଗ ଥାନା ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନର ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ ଏଏସଆଇ ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଏଏସ୍ଆଇଙ୍କର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଏସସିବି ମେଡିକାଲକୁ ନେଇଥିବା ସୂଚନା ରହିଛି।
ଏନେଇ ମୃତ ଏଏସଆଇ ଅଶୋକ ପ୍ରଧାନଙ୍କ ବନ୍ଧୁ କହିଛନ୍ତି, ‘ଆର୍ଥିକ, ମାନସିକ ଏବଂ ଶାରିରୀକ ସ୍ତରରେ ସେ ଖୁବ୍ ସଶକ୍ତ । ସେ ବହୁତ ସାହସୀ ଥିଲେ । ଆମେ ତାଙ୍କଠାରୁ ଅନୁପ୍ରାଣିତ ହେଉଥିଲୁ । ଏଏସ୍ଆଇଙ୍କର ଏଭଳି ପଦକ୍ଷେପ ଆମକୁ ଆଜି ମର୍ମାହତ କରିଛି । ଚାକିରି ସମସ୍ୟା ରହୁଥିଲା କି ନାହିଁ ସେ ବିଷୟରେ ଆମେ କିଛି କହିପାରିବୁ ନାହିଁ। କୌଣସି ଦୁଃଶ୍ଚିନ୍ତା ବିଷୟରେ ସେ ଆମକୁ କିଛି କହିନାହାନ୍ତି।’