ଲାଞ୍ଚ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ୍‌

କଟକ : ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ଉଠା ଜଳସେଚନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ରଜନୀକାନ୍ତ ମହାପାତ୍ରଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟ ୨ବର୍ଷ କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନା ପାଇଁ ରାୟ ଦେଇଛନ୍ତି। ଜରିମାନା ଅର୍ଥ ଦେଇ ନପାରିଲେ ଆଉ ୩ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି କୁହାଯାଇଛି। ୨୦୧୦ରେ କୋରାପୁଟ ଭିଜିଲାନ୍ସରେ ହୋଇଥିବା ମାମଲା ଅନୁଯାୟୀ, ମାଲକାନଗିରି ପୋଟେରୁ ଜଳସେଚନ ସବ ଡିଭିଜନ୍‌ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ଅଭିଯୋଗକାରୀ ଠିକାଦାର କିଶୋର କୁମାର ଭକ୍ତଙ୍କଠୁ ବିଲ୍‌ ପାସ୍‌ କରାଇଦେବାକୁ ୪୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ। ଜୟପୁର ଭିଜିଲାନ୍ସ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ଦୁର୍ନୀତି ନିବାରଣ ଆଇନ୍‌ ୧୯୮୮ର ଧାରା ୭, ୧୩ (୨), ୧୩(୧) ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଭିଜିଲାନ୍ସ ଇନସ୍‌ପେକ୍ଟର ଶରତ ଚନ୍ଦ୍ର ସାହୁ ତଦନ୍ତକାରୀ ଅଧିକାରୀଥିବାବେଳେ ମାମଲାକୁ ସ୍ୱତନ୍ତ୍ର ପି.ପି. ଏମ୍‌.ବାଲାଜି ରାଓ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର