କଟକ, (ସୀମନ୍ତିକା ନନ୍ଦ): ଟିକେଟ୍ କିଏ ପାଇବ, ତାକୁ ନେଇ ଛକାପଞ୍ଝା ଲାଗି ରହିଛି। ହେଲେ ଗାଁ ଠୁ ସହର, ସବୁଠି ହୋର୍ଡିଂ, ପୋଷ୍ଟର ଛାଇଗଲେଣି। ଦେଖିବାକୁ ମିଳୁଛି ଅନେକ ନୂଆ ମୁହଁ। କଟକ ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି ଆଠଗଡ। ଯେଉଁଠି ସବୁ ଦଳରେ ବଢୁଛି ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା। ଟିକେଟ୍‌ ଆଶାୟୀଙ୍କ ଦୌଡରେ ତିନିପ୍ରମୁଖ ଦଳ ମଧ୍ୟରୁ ବିଜେପିରେ ରହିଛନ୍ତି ସର୍ବାଧିକ ଟିକେଟ୍‌ ଆଶାୟୀ।

Advertisment

publive-image

ଶାସକ ଦଳର ଗଡ଼ ବୋଲି କୁହାଯାଉଥିବା ଏହି ଆସନରେ ଅଳ୍ପ ବର୍ଷ ବାଦ ଦେଲେ ଦୀର୍ଘ ୧୯୯୦ରୁ ବିଧାୟକଭାବେ ବିଜୟୀ ହୋଇଆସୁଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)। ବିଜେଡି ଟିକେଟ୍ ମଧ୍ୟ ପୁଣି ତାଙ୍କ ଖାତାକୁ ଯିବ ବୋଲି ସେ ଆଶା ବ‌ାନ୍ଧିଛନ୍ତି। ଅନ୍ୟପଟେ ବିରୋଧୀ ରାଜାଙ୍କୁ ଚେକ୍‌ ଦେବା ପାଇଁ ଗୁପ୍ତ ରଣନୀତି ଚଳାଇଛନ୍ତି। କିନ୍ତୁ ସ୍ଥାନୀୟ ପ୍ରସଙ୍ଗ, ସରକାର ବିେରାଧୀ ହାଵା ଜରିଆରେ ଚଳିତ ନିର୍ବାଚନରେ େଭାଟ ଗଣିତ ଓଲଟପାଲଟ କରିବା ଲାଗି ପ୍ରତିଦ୍ବନ୍ଦ୍ବୀ ଦଳ େଜାରଦାର ଉଦ୍ୟମ ଆରମ୍ଭ କରିଦେଲେଣି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିଲା ଆଠଗଡ। ୧୯୯୦ରୁ ଏହି ଆସନ ଜନତା ଦଳ ଦଖଲକୁ ଆସିଥିଲା। ଯାହାକି ପରବର୍ତ୍ତୀ ସମୟରେ ବିଜେଡି ହାତରେ ରହିଥିଲା। ନିର୍ବାଚନମଣ୍ଡଳୀରୁ ଲଗାତାର ବିଜୟୀ ହୋଇ ଆସୁଥିବା ବିଜେଡି ବିଧାୟକ ରାଜା ସ୍ବାଇଁଙ୍କୁ ଚେକ୍‌ ଦେବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଶିବିର େଯତିକି ତତ୍ପର ନାହାନ୍ତି, ତାଙ୍କ ନିଜ ଦଳରୁ ହିଁ ତାଙ୍କୁ େସତିକି ଅଧିକ ବିରୋଧ ହେଉଛି। ଯୁବନେତା ଅଭୟ ବାରିକ୍‌ ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଆଠଗଡ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ନିଜର ଫଟୋ ଲଗାଇ ବଡ ବଡ ହୋର୍ଡିଂ ଲଗାଇଛନ୍ତି। ବିଭିନ୍ନ ସମୟରେ କାର୍ଯ୍ୟକ୍ରମ, ସମାନ୍ତରାଳ ସଭା ସହ ଜନସଂପର୍କ ପଦଯାତ୍ରା କରି ସେ ଆଠଗଡ ଆସନରୁ ବିଜେଡି ପାଇଁ ଦାବିଦାର୍ ଥିବା ସୂଚାଉଛନ୍ତି। ଟିକେଟ୍‌ ଲବିରେ ବି ଅଛନ୍ତି। ଅଭୟଙ୍କୁ ନେଇ ଆଠଗଡ ବିଜେଡି ଶିବିରରେ ବିଭିନ୍ନ ସମୟରେ ତମ୍ବିତୋଫାନ ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପଟେ ଦୀର୍ଘଦିନର ବିଧାୟକଙ୍କୁ ଦଳ ସାଂସଦ ପ୍ରାର୍ଥୀ କରାଇପାରେ ବୋଲି ମଧ୍ୟ ଆଠଗଡରେ ଚର୍ଚ୍ଚା ହେଉଛି। କିନ୍ତୁ ବିଧାୟକ ଆଠଗଡ ଛାଡିବା ପାଇଁ ଅମଙ୍ଗ ଥିବା ତାଙ୍କ ନିକଟତମ ମହଲରୁ ଜଣାପଡିଛି।

publive-image

ସେହିପରି ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ କିନ୍ତୁ ଏବେଠୁ ଘର ସଜଡା ଆରମ୍ଭ କରିଛି। ପୁରୀର ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସଂପାଦକ ଉମାବଲ୍ଲଭ ରଥ ଏବେ ଆଠଗଡରେ ସଂଗଠନ ଦାୟିତ୍ବ ହାତକୁ େନଇଛନ୍ତି। ପିସିସି ମୁଖିଆଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ବ ନେବା ପରେ ସେ କଂଗ୍ରେସ ଦଳକୁ ଆଠଗଡରେ ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ‌କଂଗ୍ରେସ ଟିକେଟ୍‌ରେ ଆଠଗଡରେ ଲଢିବା ପାଇଁ କର୍ମୀ ସମାବେଶ କରିବା ସହିତ ଗାଁ ଗାଁରେ ବୈଠକ ଚଳାଇଛନ୍ତି। ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ବିଚିତ୍ରାନନ୍ଦ ମୁଦୁଲି େସଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ େନଇନାହାନ୍ତି। ପିସିସି କୋର କମିଟି ସଦସ୍ୟ ଅକ୍ଷୟ କୁମ‌ାର ତୁଙ୍ଗସାମନ୍ତ ମଧ୍ୟ କଂଗେସ ଟିକେଟ୍ ଦୌଡରେ ରହିଛନ୍ତି। ସେ ବିଭିନ୍ନ ସ୍ଥାନରେ ତାଙ୍କର ‌ଶୁଭେଚ୍ଛା ତୋରଣ ଲଗାଇବା ସହିତ ବୈଠକ କରୁଛନ୍ତି।

publive-image

ବିଜେପିରେ କିନ୍ତୁ ଅଧଡଜନେ ପ୍ରାର୍ଥୀ ରହିଛନ୍ତି କେବଳ ଆଠଗଡ ଟିକେଟ୍ ଦୌଡରେ। ଅଫିସ୍‌ ଖୋଲି ଚଳାଇଛନ୍ତି କର୍ମୀ ସମ୍ମିଳନୀ, ସମାବେଶ, ସ୍ବଚ୍ଛଭାରତ ଭଳି ଅନେକ ଜନସଂପର୍କ କାର୍ଯ୍ୟକ୍ରମ। ବିଜେପିରୁ ଆଶାୟୀ ଥିବା ପ୍ରାର୍ଥୀମାନେ ହେଲେ ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ବିଶ୍ବ ସୁନ୍ଦର ମିଶ୍ର, ତାଙ୍କ ଭାଇ ତଥା ବିଭୂତି ଭୂଷଣ ମିଶ୍ର । ବିଭୂତିବାବୁ ୧୯୯୫ରେ ଆଠଗଡ଼ ବିଧାନସଭାରୁ କଂଗ୍ରେସ ଟିକେଟରେ ଛିଡା ହୋଇ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। କିନ୍ତୁ ଗଲା ପଞ୍ଚା‌ୟତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇ ଟିକେଟ୍ ଦୌଡରେ ରହିଛନ୍ତି। ସେହିପରି ବିଜେପିରୁ ବ୍ରଜେନ୍ଦ୍ର ରାୟ, ସଙ୍ଗୀତଜ୍ଞ ମନ୍ମଥ ମିଶ୍ର, ହର ପ୍ରସାଦ ମିଶ୍ର, ୨୦୦୯ରେ ପ୍ରାର୍ଥୀ ଥିବା ରାମ ନାରାୟଣ ମହାନ୍ତି, ୨୦୧୨ ଉପନିର୍ବାଚନରେ ବିଜେପିରୁ ଛିଡା ହୋଇଥିବା ବିକ୍ରମ ଦାଶ ମଧ୍ୟ ବିଜେପି ଟିକେଟ୍ ଦୌଡରେ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ର‌େଣନ୍ଦ୍ର ପ୍ରତାପ ସ୍ବାଇଁ    ୧,୦୨,୬୦୫
କଂଗ୍ରେସ   ବିଚିତ୍ରାନନ୍ଦ ମୁଦୁଲି        ୩୪,୧୧୮
ବିଜେପି     ବିଶ୍ବସୁନ୍ଦର ମିଶ୍ର          ୭,୧୩୨