ଆଠଗଡରେ ଗାଁ ବିବାଦରୁ ଅପହରଣ ଅଭିଯୋଗ: ପ୍ରତିବାଦ କରି ରାସ୍ତା ଅବରୋଧ କଲେ ଲୋକେ

କଟକ: ଗାଁ ବିବାଦରୁ ଅପହରଣ ଅଭିଯୋଗ । ପ୍ରତିବାଦ କରି ରାସ୍ତା ଅବରୋଧ କଲେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ । ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତି ଛକ ନିକଟରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରିଛନ୍ତି । ଗତକାଲି ରାତିରେ ଗାଁର ରାଜେନ୍ଦ୍ର ପୁହାଣ ଘରକୁ ଫେରିବା ସମୟରେ ତାଙ୍କ ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତିି ପରିବାର ଲୋକ ।

ଗାଁ ବିବାଦକୁ ନେଇ କେହି ତାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି । ତୁରନ୍ତ ରାଜେନ୍ଦ୍ରକୁ ଉଦ୍ଧାର କରିବା ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ଉତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

ସମ୍ବନ୍ଧିତ ଖବର