କଟକ-ସିଡିଏ : କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ବିଜେପିର ଜଣେ ମହିଳା ନେତ୍ରୀଙ୍କ ପୁଅ ବାହାଘର ଶୋଭାଯାତ୍ରାରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ନଗର ସଭାପତି ଶ୍ରୀ ବଡ଼ୁଙ୍କୁ ବିଜେପିର ଯୁବ କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମସ୍ତଙ୍କ ସାମନାରେ ଏମିତିକି ଦଳର ଅନେକ ବରିଷ୍ଠ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ବଡୁଙ୍କୁ ଏଭଳି ଆକ୍ରମଣ ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ରାତି ପ୍ରାୟ ଦଶଟା ପାଖାପାଖି ସମୟରେ ସିଡିଏ ସେକ୍ଟର-୬ ଅନ୍ତର୍ଗତ ପାତ୍ର ଇଲେକ୍ଟ୍ରୋନିକ୍ସ ସମ୍ମୁଖ ରାସ୍ତାରେ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବା ସମୟରେ ଶ୍ରୀ ବଡୁଙ୍କୁ ଆକ୍ରମଣ ହୋଇଥିଲା। ବିଜେପିର କେତେକ ଯୁବ କର୍ମୀ ଶ୍ରୀ ବଡୁଙ୍କୁ ଟଣାଓଟରା କରିବା ସହିତ ଗାଳିଗୁଲଜ କରିଥିଲେ। ତାଙ୍କୁ ମାଡ଼ ବି ମାରିଥିଲେ। ଟଣାଓଟରା, ଆକ୍ରମଣରେ ଶ୍ରୀ ବଡୁଙ୍କୁ ପୋଷାକ ଚିରି ଯାଇଥିବା ବେଳେ କେତେକ କର୍ମୀ ତାଙ୍କ ଟୋପି ବାହାର କରି ଫିଙ୍ଗି ଦେଇଥିଲେ। ଏଭଳି ଘଟଣା ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଶ୍ରୀ ବଡ଼ୁ ସେଠାରୁ ପଳାଇ ଯାଇଥିବା ବେଳେ ଅନେକ ସହଯୋଗୀଙ୍କ ସହିତ ମର୍କତନଗର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଅଭିଯୋଗରେ ନିର୍ଦ୍ଦିଷ୍ଟ ବିଜେପି କର୍ମୀଙ୍କ ନାମ ଉଲ୍ଲେଖ ଥିବା ଜଣା ପଡିଛି। ଏଭଳି ଗଣ୍ଡଗୋଳ ଆଉ ଆକ୍ରମଣ ପଛରେ ଦଳ ଭିତରେ ଲାଗି ରହିଥିବା ଦୀର୍ଘ ଦିନର ଅର୍ନ୍ତଦ୍ବନ୍ଦ୍ବ ମୁଖ୍ୟ କାରଣ ବୋଲି କୁହାଯାଉଛି।
ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ନଗର ବିଜେପି ସଭାପତିଙ୍କୁ ଗାଳିଗୁଲଜ, ମାଡ଼
/sambad/media/post_attachments/wp-content/uploads/2020/02/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)