ନାବାଳିକା ଝିଅ ସହିତ ଦୁଷ୍କର୍ମ କରି ମା’ କରିବା ଘଟଣା; ଲମ୍ପଟ ବାପକୁ ଆଜୀବନ ଜେଲ୍, ୨୦ ହଜାର ଟଙ୍କା ଜରିମାନା

କଟକ: ୧୫ ବର୍ଷର ନାବାଳିକା ଝିଅ ସହିତ ଦୁଷର୍ମ କରି ଗର୍ଭବତୀ କରାଇବା ଅଭିଯୋଗରେ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟମଣି ବେହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଅର୍ଥ ଦଣ୍ତରେ ମଧ୍ୟ ଦଣ୍ତିତ କରାଯାଇଛି। ଏହି ମାମଲାର ତଦନ୍ତ ମହିଳା ଥାନା ଆଇଆଇସି ଅନସୂୟା ନାୟକ କରିଥିବା ବେଳେ ପୁଲିସର ସଠିକ ତଦନ୍ତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସହଜ ହୋଇଥିବା କୁହାଯାଉଛି।

Sambad

ସୂଚନା ଅନୁଯାୟୀ, ଲାଲବାଗ ଥାନା ଡଗରପଡ଼ା ଅଞ୍ଚଳରେ ରୁହେ ନୟାଗଡ଼ ଗଣିଆର କାଠ ମିସ୍ତ୍ରି ସୂର୍ଯ୍ୟମଣୀ ବେହେରା। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ପରେ ସ୍ତ୍ରୀ ନୟାଗଡ଼ରେ ଥିବା ବାପଘରକୁ ଚାଲିଯାଇଥିଲେ। ସେ ତାଙ୍କ ସହିତ ୩ ପୁଅଙ୍କୁ ବି ନେଇଯାଇଥିଲେ। ମହିଳାଙ୍କ ଏକ ମାତ୍ର ଝିଅ ଡଗରପଡ଼ାରେ ବାପାଙ୍କ ପାଖରେ ରହି ନବମ ଶ୍ରେଣୀରେ ପଢ଼ୁଥିଲେ। ୨୦୧୮ ଜୁଲାଇ ପରେ ପରେ ବାପା  ସୂର୍ଯ୍ୟମଣି ଘର ଭିତରେ ବିଳମ୍ବିତ ରାତିରେ ଝିଅ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ଏଭଳି ଘଟଣା ଝିଅ ସହିତ ନିୟମିତ ଘଟି ଚାଲିଥିଲା। ଶେଷରେ ଝିଅ ଗର୍ଭବତୀ ହୋଇଥିଲା। ଝିଅ ୫ ମାସର ଗର୍ଭବତୀ ହେବା ପରେ ସୂର୍ଯ୍ୟମଣି ଘର ଛାଡ଼ି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ଚାଇଲ୍ଡ ଲାଇନ୍‌କୁ ଜଣାଇବା ପରେ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଡିସିପିଓ ପ୍ରଗତୀ ମହାନ୍ତିଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ରେ ରହୁଥି ବା ମହିଳାଙ୍କ ମାଧ୍ୟମରେ ତାଙ୍କ ସ୍ବାମୀଙ୍କ ବିରୋଧରେ ୨୦୧୮ ଡିସେମ୍ବର ୨୫ ତାରିଖରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ମହିଳା ଥାନା ପୁଲିସ ଦଫା ୩୭୬(୨) ଏବ˚ ୬ ପୋକ୍‌ସୋ ଆକ୍ଟରେ ଏକ ମାମଲା(କେସ୍‌ ନ˚ ୧୭୧/୨୦୧୮) ରୁଜୁ କରି ଅଭିଯୁକ୍ତ ସୂର୍ଯ୍ୟମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତଭାର ମହିଳା ଥାନା ଆଇଆଇସି ଅନସୂୟା ନାୟକ ନେଇଥିଲେ। ପୀଡ଼ିତା ନାବାଳିକାଙ୍କ ବଡ଼ ମେଡିକାଲ୍‌ରେ ଡାକ୍ତରୀ ପରୀକ୍ଷା ଓ ସିଆର‌୍‌ପିସିର ୧୬୪ରେ ବୟାନ ରେକ଼ର୍ଡ କରାଯାଇଥିଲା। ଏଭଳି ପୁଲିସର ତଦନ୍ତ ପ୍ରକ୍ରିୟା ଭିତରେ ଗର୍ଭବତୀ ଥିବା ନାବାଳିକା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପୁଲିସ ଡିଏନଏ ପ୍ରୋଫାଇଲି˚ କରିିଥିଲା। ତଦନ୍ତକୁ ସମ୍ପୂର୍ଣ୍ଣ ବୈଜ୍ଞାନିକ ଜ୍ଞାନ କୌଶଳରେ କରାଯାଇଥିଲା। ୨୦୧୯ ମାର୍ଚ୍ଚ ୧୧ ତାରିଖରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଚାର୍ଜସିଟ୍‌ ଦାଖଲ ସମୟରେ ପୂର୍ବରୁ ରୁଜୁ ହୋଇଥିବା ଦଫାରେ ପରିବର୍ତ୍ତନ ହୋଇଥିଲା। ଦଫା ୩୭୬(୨)(ଏମ)(ଏନ୍‌)/୩୭୬(୩) ଏବ˚ ୬ ପୋକସୋ ଆକ୍ଟ ଦଫା ଅଭିଯୁକ୍ତ ସୂର୍ଯ୍ୟମଣି ବିରୋଧରେ ଲାଗିଥିଲା। ଏହି ମାମଲା ଅତିରିକ୍ତ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ସ୍ବତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର