କଟକ: ସେଣ୍ଟ ଜାଭିୟର୍ସ ହାଇସ୍କୁଲ, କ୍ରିଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲ୍ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ର ମିଳିତ ସହଯୋଗରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମ୍ସ୍ଥିତ ଜାଭିୟର୍ସ ସିନିଅର୍ ସେକେଣ୍ଡାରି ସ୍କୁଲ୍ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲଦୀପର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଅବଦୁଲା ରସିଦ୍ ଅହମ୍ମଦ୍ ଯୋଗଦେଇ ଭାରତ ସ୍ବଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଶହେ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ସ୍ବାଧୀନତାର ଶତବାର୍ଷକ ଉତ୍ସବ ପାଇଁ ଆଜିର ଛାତ୍ରଛାତ୍ରୀଙ୍କ ଭୂମିକା ଏକ ପ୍ରମୁଖ ଭୂମିକା ନେବ। ସଭାରେ ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ତଥା ଉତ୍ସବର ସଂଯୋଜକ ଡକ୍ଟର ପ୍ରିୟଦର୍ଶୀ ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସମ୍ମାନିତ ଅତିଥି ଭାବେ ମେୟର୍ ସୁବାସ ସିଂହ, ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରା, ବାସ୍କେଟ୍ ବଲ୍ ଆସୋସିଏସନ୍ ସଂପାଦକ ଅଶୋକ ସାହୁ, ଜାଭିୟର୍ସ ଗ୍ରୁପ୍ ଅଫ୍ ସ୍କୁଲର ଅଧ୍ୟକ୍ଷ ଜି.ଏସ୍. ପଟ୍ଟନାୟକ, ନିର୍ଦ୍ଦେଶକ ପି.ସି. ମହାନ୍ତି, ସୌମିକ ମହାନ୍ତି, ପ୍ରଭାକର ପଟ୍ଟନାୟକ, ଅଶୋକ ପାଲ, ମରିୟମ୍ ନାସିର୍ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ଜେ. ଦେଶମୁଖ୍ଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଜୟା ସରକାରଙ୍କ ରଚିତ ନାଟକ ‘ନୟା ଫର୍ଜ’ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମରେ ଜାଭିୟର୍ସ ଗ୍ରୁପର ବିଭିନ୍ନ ସ୍କୁଲ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। କ୍ରିର୍ଷ୍ଣମୂର୍ତ୍ତି ୱାଲର୍ଡ ସ୍କୁଲ୍ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।