ବାଦାମବାଡି-ମଧୁପାଟଣା ଟ୍ରାଫିକ ଅବ୍ୟବସ୍ଥା ମାମଲା, ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ :ସମସ୍ୟା ବହୁଳ ବାଦାମବାଡି-ମଧୁପାଟଣାରେ ଟ୍ରାଫିକ ଅବ୍ୟବସ୍ଥା ନେଇ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ା ଟ୍ରାଫିକ ସମସ୍ୟା ଦୂର ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ସରକାର କୋର୍ଟରେ ଦର୍ଶାଇଛନ୍ତି ା ଏ ନେଇ ଜବାବ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗତ ଅପ୍ରେଲ ୧୫ ତାରିଖରେ ନି‌େର୍ଦ୍ଦଶ ଦେଇଥିଲେ ା ସୂଚନା ଅନୁଯାୟୀ,କଟକର ପ୍ରବେଶ ଦ୍ବ‌ାର କୁହାଯାଉଥିବା ମଧୁପାଟଣା ଏବଂ ବାଦାମବାଡି ରାସ୍ତାରେ ଏକାଧିକ ଡିଭାଇଡର ଥିବାବେଳେ ପ୍ରତିଦିନ ଏହିସବୁ ସ୍ଥାନରେ ଛୋଟବଡ ଦୁର୍ଘଟଣାମାନ ଘଟୁଛି ା ରାସ୍ତା‌ କଡରେ ଏକାଧିକ ସ୍କୁଲ ରହିଥିବାବେଳେ ଡିଭାଇଡର ଯୋଗୁ ଛାତ୍ରଛାତ୍ରୀ ତଥା ମହିଳାମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ା ଏ ନେଇ ବ‌ାରମ୍ବାର ସରକାର ଏବଂ ସିଏମସିର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି ା ତେଣୁ ତୁରନ୍ତ ଏହାର ସମାଧାନ ଦାବି କରି ଆଇନଜୀବୀ ଦିପ୍ତୀରଞ୍ଜନ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ା ଏଥି‌େର ରାଜ୍ୟ ସରକାର,ସହରାଞ୍ଚଳ ବିକାଶ ବିଭାଗ, କଟକ ଜିଲ୍ଲାପାଳ,ସିଏମସି,ସିଡିଏର ବିଭାଗୀୟ ଅଧିକାରଙ୍କୁ ପକ୍ଷଭୁକ୍ତ କରାଯାଇଛି ା ମୁଖ୍ୟବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଏବଂ ବିଚାରପତି ଜଷ୍ଟିସ କେ.ଆର.ମହାପାତ୍ରଙ୍କ ଇଜିଲାସରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ଜୁଲାଇରେ ହେବ ା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅର୍ନ୍ତଯ୍ୟାମୀ ସ୍ବାଇଁ ଏବଂ ସରକାରଙ୍କ ପକ୍ଷରୁ ପ୍ରଭାତ କୁମାର ମୁଦୁଲି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର