କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମେଟ୍ରୋ ବିଲଡର ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଦଣ୍ଡାଦେଶକୁ ବିରୋଧ କରି ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମହାନ୍ତିଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିମ୍ନ ଆଦଲତଙ୍କ ଜରିମାନା ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଆରଏଚଡିସି ଦୁର୍ନୀତି ମାମଲାରେ ୨୦୦୫ରେ ଭିଜିଲାନ୍ସ ଏତଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଭିଜିଲାନ୍ସ ବିଭାଗ ଓଏଚଆରଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ, କଂପାନି ସେକ୍ରେଟାରି, ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ଥିବା ପାଣ୍ଠିକୁ ନିୟମ ଉଲ୍ଲଂଘନ କରି ମେଟ୍ରୋ ବିଲ୍ଡର୍ସକୁ ଋଣ ଆକାରରେ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି, ସରକାରୀ କାର୍ଯ୍ୟ ବେଳେ ପ୍ରିୟାପ୍ରୀତି ତୋଷଣ, ଅପରାଧିକ ଷଡଯନ୍ତ୍ର, ଜାଲିଆତି ନେଇ ଭିଜିଲାନ୍ସ ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/8fd5d077-494d-4b29-b3db-948dca3d0346.jpg)