ବାରଙ୍ଗ: ରେଳଧାରଣା ଉପରେ ଯୁବକଙ୍କ ଶବ

ବାରଙ୍ଗ: ସୋମବାର ସକାଳେ ସ୍ଥାନୀୟ ପୁରୀ କେନାଲ୍‌ ରେଳ ପୋଲ ଧାରଣା ଉପରେ ଜଣେ ଯୁବକଙ୍କ କ୍ଷତାକ୍ତ ଶବ ପଡ଼ି ଥିବା ଦେଖାଯାଇଛି।

ମୃତ ଯୁବକ ହେଉଛନ୍ତି କଣ୍ଟାପାଟଣାର ୨୭ ବର୍ଷିୟ ରତିକାନ୍ତ ସାହୁ ଓରଫ ଗୁନା। ରେଳ ଧାରଣା ଉପରେ ଗୁନାଙ୍କ ଶବ ପଡ଼ିଥିବା କଥା ସ୍ଥାନୀୟ ଲୋକେ ୯ଟା ପରେ ଦେଖିବାରୁ ଘଟଣା ସଂକ୍ରାନ୍ତରେ ଜଣାପଡ଼ିଥିଲା। ରେଳଗାଡ଼ି ସହ ଧକ୍କା ହେବାରୁ ତାଙ୍କ ମୃତ୍ୟୁ ଘଟିଥିବା କଥା ଅନୁମାନ କରାଯାଉଛି। କିନ୍ତୁ, କେତେବେଳେ କେଉଁ ରେଳଗାଡ଼ି ଧକ୍କା କରିଛି ତାହା ଜାଣି ହୋଇ ନାହିଁ।

ଖବର ପାଇ ଜିଆର୍‌ପି ଘଟନାସ୍ଥଳରେ ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର