ବିୟୁଟି ଟିପ୍ସ; ଏପରି ଦୂର କରନ୍ତୁ ବ୍ଲାକହେଡ୍‌ସ ସମସ୍ୟା

ବ୍ଲାକହେଡ଼୍‌ସ ସମସ୍ୟା ପାଇଁ ଘରୋଇ ଉପଚାର

କଟକ: ସଭିଏଁ ଚାହିଁଥାନ୍ତି ନିଜ ଚେହେରାକୁ ଚମକାଇବା ପାଇଁ। ଏଥି ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ମଧ୍ୟ ଆପଣାଇଥାନ୍ତି। ହେଲେ ମୁହଁର ନାକ, କପାଳ, ଥୋଡ଼ି ଯାଗାରୁ ବ୍ଲାକହେଡ଼୍‌ସ ବହୁ ସହଜରେ ପିଛା ଛାଡ଼ିନଥାନ୍ତି। ଏପରିକି କିଛି ଜଣ ବଜାରରେ ମିଳୁଥିବା ସାମଗ୍ରୀ ଲଗାଇ ବିଫଳ ମଧ୍ୟ ହୋଇଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ସାମଗ୍ରୀ ବ୍ୟବହାର କରି ଏହି ବ୍ଲାକହେଡ଼୍‌ସକୁ ଦୂରେଇ ପାରିବା। ସେଥିପାଇଁ ପ୍ରଥମେ ରାତିରେ ‌ଶୋଇବା ପୂର୍ବରୁ ଚାରି ଚାମଚ କଞ୍ଚା କ୍ଷୀରରେ ଘରେ ତିଆରି ହୋଇଥିବା ରୁଟିକୁ ପକାଇ ବତୁରାଇ ରଖିବେ। ସକାଳୁ ଉଠିବା ମାତ୍ରେ ସେହି କ୍ଷୀର ବତୁରା ରୁଟି ମିଶ୍ରଣକୁ ମୁହଁରେ ଲଗାଇବେ। ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ମୁହଁକୁ ମସାଜ କରିବେ। ପରେ ମୁହଁକୁ ଭଲ ଭାବେ ଧୋଇଦେବେ। ସେହିଭଳି ଗୋଟେ ଚାମଚ ଅରୁଆ ଚାଉଳ ଗୁଣ୍ତ, ଗୋଟେ ଚାମଚ କମଳା ‌ଚୋପାର ଗୁଣ୍ତକୁ ଏକ ପାତ୍ରରେ ମିଶାଇ ସେହି ପେଷ୍ଟଟିକୁ ମୁହଁରେ ୧୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ଲଗାଇ ରଖିବେ।

ପରେ ହାଲୁକା ପାଣିରେ ମୁହଁକୁ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ମସାଜ କରି ମୁହଁକୁ ଭଲ ଭାବେ ନେବେ। ‌ସେହିପରି ‌ଗୋଟିଏ ଛୋଟ ଗାଜର, ଆଳୁ, କାକୁଡ଼ି, ବିଲାତିକୁ କାଟି ‌ଏକ ପାତ୍ରରେ ରଖିବେ ସେଥିରେ ଗୋଲାପ ଫୁଲର କିଛି ପାଖୁଡ଼ା ମିଶାଇବେ। ଗୋଟିଏ ଛୋଟ ଚାମଚ ହଳଦୀ ଗୁଣ୍ତକୁ ଗ୍ରାଇଣ୍ତିଂ କରି ଏହାର‌ ପେଷ୍ଟ ବନାଇବେ। ପରେ ସେହି ପେଷ୍ଟଟିକୁ ମୁହଁରେ ୧୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ଲଗାଇ ରଖିବେ। ପରେ ମୁହଁକୁ ହାଲୁକା ପାଣିରେ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ମସାଜ କରି ମୁହଁକୁ ଭଳ ଭାବେ‌ ଧୋଇନେବେ। ଏହାସହ ଏକ ପାତ୍ରରେ ଗୋଟେ ଚାମଚ ମୁଲତାନି ମାଟି, ଗୋଟେ ଚାମଚ ବିଲାତି ରସକୁ ମିଶାଇ ଏକ ମିଶ୍ରଣ ବନାଇବେ। ଏହି ମିଶ୍ରଣକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବେ। ପରେ ମୁହଁକୁ ହାଲୁକା ପାଣିରେ ମସାଜ କରି ଭଲ ଭାବେ ଧୋଇନେବେ। ଏହି ସସମ୍ତ ପ୍ରକ୍ରିୟାକୁ ସପ୍ତାହକୁ ଦୁଇଥର କରିବା ଜରୁରୀ। ଫଳ‌େର ଏହା ମୁହଁରୁ ବ୍ଲାକହେଡ଼୍‌ସ ସମସ୍ୟା ଦୂରେଇ ଥାଏ।

ଡିଗ୍‌ ବେଗମ୍‌, ବିଉଟିସିଆନ
ମଧୁଲିକା ବିୟୁଟି ପାର୍ଲର; କଲେଜଛକ

ସମ୍ବନ୍ଧିତ ଖବର