କଟକ: ଗଡ଼ଗଡ଼ିଆ ମନ୍ଦିରରୁ ଶ୍ରାବଣ ମାସ ପାଇଁ ବାଇକ ଯୋଗେ କେଦାରନାଥ ଓ ବଦ୍ରିନାଥ ଯାତ୍ରା ଆରମ୍ଭ କରିଛନ୍ତି କଟକର ରାଜେଶ ମହାରଣା। ବୋଲବମ୍ ଯାତ୍ରାରେ ବାହାରି ଥିବା ରାଜେଶ ୧୫ ଦିନରେ ୪୪ଶହ କିଲୋମିଟର ଯାତ୍ରା କରିବାର ଯୋଜନା କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ରତ୍ୟେକ ଦିନ ୫ଶହରୁ ୬ଶହ କିଲୋମିଟର ବାଇକ୍ ଚଳାଇବାକୁ ପଡ଼ିବ।
କଟକ ବଣିଆସାହିର ବାସିନ୍ଦା ଅତୁଲ ମହାରଣା ଓ ସଞ୍ଜୁ ମହାରଣାଙ୍କ ପୁଅ ରାଜେଶଙ୍କ ବୟସ ୩୪ ବର୍ଷ। ସେ ଜଣେ ସୁନା କାରିଗର ଓ ବାଇକର୍। ହେଲେ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନକୁ ବାଇକ ଯୋଗେ ଯାତ୍ରା କରିବା ତାଙ୍କର ନିଶା। ରାଜେଶ ୭ ବର୍ଷ ବୟସରୁ ବୋଲବମ ଯିବା ଆରମ୍ଭ କରିଥିଲେ। ଦୁଇ ବର୍ଷ ହେଲା କୋଭିଡ଼ କଟକଣା ଯୋଗୁଁ ଏହି ବୋଲବମ ଯାତ୍ରା ବନ୍ଦ ରହିଥିବାବେଳେ ଚଳିତବର୍ଷ ଏହାକୁ ସେ ନିଆରା ଭାବେ ଆରମ୍ଭ କରିଛନ୍ତି।
/sambad/media/post_attachments/wp-content/uploads/2022/07/sa-3.jpg)
ପ୍ରତ୍ୟେକବର୍ଷ ସେ କଟକ ଗଡ଼ଗଡ଼ିଆ ମନ୍ଦିରରେ ମାନସିକ ଲାଗି ଜଳାଭିଷେକ କରୁଥିବା ବେଳେ ଆଜି ସେହି ଗଡ଼ଗଡ଼ିଆ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ରାଜେଶ ପୂର୍ବରୁ କଟକରୁ ଲଦାଖ୍ ୪୫ଶହ କିଲୋମିଟର ବାଇକ୍ରେ ଯାତ୍ରା କରିଥିଲେ। ଦେଶର ବିଭିନ୍ନ ରାଜ୍ୟକୁ ସେ ପୂର୍ବରୁ ବାଇକ ଯାତ୍ରା କରିଛନ୍ତି। ରାଜେଶଙ୍କ ସହିତ କେନ୍ଦୁଝର ଓ ଉତ୍ତର ପ୍ରଦେଶ ଅଞ୍ଚଳର ଦୁଇ ଜଣ ବାଇକର୍ ସାମିଲ ହେବେ। ରାଜେଶ କହିଛନ୍ତି ଯେ ମନରେ ଭକ୍ତି ଓ ଶ୍ରଦ୍ଧା ରହିଛି। ଆଶା ରହିଛି ଏହି ଯାତ୍ରା ସଫଳ ହେବ। ଆଗାମୀ ଦିନରେ ଦେଶର ସବୁ ପ୍ରସିଦ୍ଧ ଶୈବପୀଠକୁ ବାଇକ ଯୋଗେ ଯିବାକୁ ଯୋଜନା ରହିଛି ବୋଲି ରାଜେଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/86575d16-c8d6-4fcc-874d-3ce155279a62.jpg)