କଟକ: ୩୫ ନମ୍ବର ଓ୍ୱାର୍ଡ ବିଜେଡିରେ ଫାଟ!

କଟକ: ୩୫ ନମ୍ବର ଓ୍ୱାର୍ଡ ବିଜେଡିରେ ଦୀର୍ଘ ଦିନର ଫାଟ ଏବେ ଜଳଜଳ ହୋଇ ଦିଶିଲାଣି। ବିଜେଡିରେ ସାମିଲ ହୋଇଥିବା ପୂର୍ବତନ କର୍ପୋରେଟର ପବିତ୍ର ଭୂୟାଁ ଓ ଦୀପାଳିବାଳା ଭୂୟାଁ ସେମାନଙ୍କ ବଳ ଗୋଟାଇବାରେ ଲାଗିପଡ଼ିଥିଲାବେଳେ ଵାର୍ଡର ବିଜେଡି ସଭାପତି ସଞ୍ଜୟ ବେଉରା କିନ୍ତୁ ପୂର୍ବ ନିର୍ବାଚନରେ ପରାଜିତ ହୋଇଥିବା ସିଦ୍ଧାର୍ଥ ସାହୁଙ୍କ ସପକ୍ଷରେ ସମର୍ଥନ ରଖୁଛନ୍ତି। ସିଦ୍ଧାର୍ଥଙ୍କ ସହ ଵାର୍ଡର ପାଖାପାଖି ୧୦୦ ଜଣଙ୍କୁ ନେଇ ଧବଳେଶ୍ବର ମନ୍ଦିରଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା। ଏବ˚ ସେଠାରୁ ଆସିବା ପରେ ଵାର୍ଡ ପର୍ଯ୍ୟବେକ୍ଷକ ମହମ୍ମଦ ଫରିଦଙ୍କ ଉପସ୍ଥିତିରେ ସିଦ୍ଧାର୍ଥ ସାହୁଙ୍କ ନିଦାନ କେନ୍ଦ୍ରରେ ଏକ ବୈଠକ ବସିଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମକୁ ୱାର୍ଡର ପୂର୍ବତନ କର୍ପୋରେଟର ପବିତ୍ର ଭୂୟାଁ ଅଥବା ଦୀପାଳିବାଳା ଭୂୟାଁଙ୍କୁ ଡକା ନଯିବା ଘଟଣା ଏବେ ବିବାଦକୁ ପଦାରେ ପକାଇ ଦେଇଛି।

ତଥ୍ୟ ଅନୁଯାୟୀ ବିଜେଡି ପୂର୍ବ ନିର୍ବାଚ ଗୁଡିକରେ ଏହି ଵାର୍ଡରେ ‌କେବେ ବିଜୟର ସ୍ବାଦ ଚାଖିନାହିଁ। ୧୯୯୦ ମସିହାରେ କ˚ଗ୍ରେସରୁ ପ୍ରଭାକର ମାଡ଼ଗୁଳ, ୧୯୯୫ରେ ବିଜେପିରୁ ଅଶୋକ ପାତ୍ର କାଉନସିଲର ଜିତିଥିବା ବେଳେ ୨୦୦୩ରେ ପବିତ୍ର ଭୂୟାଁଙ୍କ ସମର୍ଥନରେ କ˚ଗ୍ରେସର ମ˚ଜୁଲତା ଗୌଡ଼, ୨୦୦୯ରେ କ˚ଗ୍ରେସରୁ ପବିତ୍ର ଭୂୟାଁ ଏବ˚ ୨୦୧୪ରେ ସ୍ବାଧୀନ ଭାବେ ପବିତ୍ରଙ୍କ ପତ୍ନୀ ଦୀପାଳିବାଳା ଭୂୟାଁ ଵାର୍ଡର କର୍ପୋରେଟର ଭାବେ ବିଜୟୀ ହୋଇଥିଲେ। ୨୦୧୪ ପରେ ଭୂୟାଁ ଦମ୍ପତି ସେମାନଙ୍କ ସମର୍ଥକଙ୍କୁ ନେଇ ତତ୍କାଳୀନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ସହିତ ଆଲୋଚନା କରିବା ପରେ ବିଜେଡିରେ ମିଶିଥିଲେ। ହେଲେ ଏହାପରଠୁ ଵାର୍ଡ ବିଜେଡିରେ ଅର୍ନ୍ତଦ୍ବନ୍ଦ୍ବ ଲାଗି ରହିଥିବା କୁହାଯାଉଛି। ୨୦୦୯ ନିର୍ବାଚନରେ ପବିତ୍ରଙ୍କଠୁ ବିଜେପିର ପ୍ରାର୍ଥୀ ମନୋର˚ଜନ ସାହୁ ପରାଜିତ ହୋଇଥିଲାବେଳେ ସ୍ବାଧୀନ ପ୍ରାର୍ଥୀ ସିଦ୍ଧାର୍ଥ ସାହୁ ତୃତୀୟ ଓ ବିଜେଡିର ସ˚ଜୟ ବେଉରା ଚତୁର୍ଥ ସ୍ଥାନରେ ରହିଥିଲେ। ତେବେ ୨୦୧୪ ନିର୍ବାଚନ ବେଳକୁ ସିଦ୍ଧାର୍ଥ ବିଜେଡିରେ ମିଶିଯିବାରୁ ତାଙ୍କ ପତ୍ନୀ ଦୀପ୍ତିରେଖା ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଛିଡ଼ା କରାଯାଇଥିଲା। ହେଲେ ପବିତ୍ରଙ୍କ ପତ୍ନୀ ଦୀପାଳିବାଳା ଭୂୟାଁ ସେଠାରୁ ଜିତିବାରେ ସଫଳ ହୋଇଥିଲେ। ଏହାପରେ ଭୂୟାଁ ଦମ୍ପତ୍ତି ବିଜେଡିରେ ମିଶିଯିବାରୁ ଵାର୍ଡର ପୂର୍ବରୁ ଥିବା କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।

ବିଜେଡିର ପୂର୍ବତନ କର୍ପୋରେଟର ପରାଜିତ ପ୍ରାର୍ଥୀ ସ˚ଜୟ ବେଉରା ଵାର୍ଡର ସଭାପତି ନିଯୁକ୍ତ ହେବାପରଠୁ ପବିତ୍ର କିମ୍ବା ଦୀପାଳିବାଳାଙ୍କ ପରିବର୍ତ୍ତେ ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ରହିଛନ୍ତି। କିନ୍ତୁ ପର୍ଯ୍ୟବେକ୍ଷକ ମହମ୍ମଦ ଫରିଦ ଦଳର କୌଣସି ଫାଟକୁ ଅସ୍ବୀକାର କରିଛନ୍ତି। ଦଳ ଭିତରେ ମନୋମାଳିନ୍ୟ ରହିବ। ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ହେଲେ ତାହାକୁ ଫାଟ କୁହାଯିବନି। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ପୂର୍ଣ୍ଣାଙ୍କ ରିପୋର୍ଟ ଦିଆଯିବ ବୋଲି ଫରିଦ କହିଛନ୍ତି।

କିନ୍ତୁ ସୋମବାରର ବନ୍ଧୁମିଳନ ଓ ବୈଠକକୁ ଭୂୟାଁ ଦମ୍ପତିଙ୍କୁ ଡକା ନଯିବା ଘଟଣା ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷକୁ ବଢାଇଦେଇଛି। ବିଧାୟକଙ୍କୁ ଏବାବଦରେ ଅବଗତ କରାଯାଇଥିଲାବେଳେ ତାଙ୍କ ନିଷ୍ପତ୍ତିକୁ ଭୂୟାଁ ଦମ୍ପତ୍ତିଙ୍କ ସମର୍ଥକମାନେ ଅପେକ୍ଷା କରିଛନ୍ତି। ବନ୍ଧୁମିଳନ କିମ୍ବା ବୈଠକରେ ଉପସ୍ଥିତ ନରହିବା ବିଷୟରେ ପବିତ୍ର ଭୂୟାଁ କହିଛନ୍ତି ଯେ, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ। ତେଣୁ ଦଳର ମୁଖ୍ୟ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସମର୍ଥନ କରିବେ। ତଥାପି ବିଧାୟକଙ୍କ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି। ଦୀପାଳିବାଳା କହିଛନ୍ତି ଯେ ବନ୍ଧୁମିଳନ କିମ୍ବା ବୈଠକ ସ˚କ୍ରାନ୍ତରେ ତାଙ୍କୁ କୌଣସି ଖବର ଦିଆଯାଇନଥିଲା। ସେ ପଞ୍ଚାୟତ ନିର୍ବାଚନ ପାଇଁ ବିଧାୟକଙ୍କ ସହିତ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିଲେ। ହେଲେ ଵାର୍ଡର ସଭାପତି କୌଣସି କାର୍ଯ୍ୟ କରିବା ପୂର୍ବରୁ ପୂର୍ବତନ କର୍ପୋରେଟରଙ୍କ ସହିତ ଆଲୋଚନା ନକରିବା ଘଟଣା ଗ୍ରହଣୀୟ ନୁହେଁ।

 

ସମ୍ବନ୍ଧିତ ଖବର