ପାର୍ବଣରେ କଟକଣାକୁ ବିରୋଧ : ୧୩ରେ କଟକ ବନ୍ଦ ଡାକରା ଦେଲା ବିଜେପି

ଭୁବନେଶ୍ବର : ଆସନ୍ତା ପାର୍ବଣ ଋତୁରେ କରୋନା କଟକଣା ଲାଗୁକୁ କଟକ ନଗର ବିଜେପି ବିରୋଧ କରିଛି । ଏହି କଟକଣା ବିରୋଧରେ କଟକ ନଗର ବିଜେପି ପକ୍ଷରୁ ଆସନ୍ତା ୧୩ ତାରିଖରେ ବନ୍ଦ ଡାକରା ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନଗର ବିଜେପି ସଭାପତି ଲଲାତେନ୍ଦୁ ବଡ଼ୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂଜାପାର୍ବଣ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆବଦ୍ଧ ମଣ୍ଡପରେ ମାତ୍ର ୪ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନକୁ ଅନୁମତି ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସିଏମସି (କଟକ ମୁନିସପାଲ କର୍ପୋରେସନ) ପକ୍ଷରୁ ମଧ୍ୟ ଆସନ୍ତା ଗଣେଶ ପୂଜା ପାଇଁ ଉପରେ କେତେକ କଟକଣା ଜାରି କରାଯାଇଛି । ସିଏମସି ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ପରିବେଶ ମଧ୍ୟରେ ହେବ ପୂଜା। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସର୍ବସାଧାରଣ ଦର୍ଶନକୁ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର