କଟକ: ଏସ୍ସିବିରେ ଖୋଲାଯାଇଥିବା ବ୍ଲାକ୍ ଫଙ୍ଗସ୍ ୱାର୍ଡରେ ଆଜି ଆଉ ଦୁଇ ଜଣ ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। ଫଳରେ ଏସ୍ସିବିରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଇଏନ୍ଟି ବିଭାଗରେ ଖୋଲା ଯାଇଥିବା ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡରେ କଟକର ଘରୋଇ ହସ୍ପିଟାଲରୁ ୨ଜଣଙ୍କୁ ଭର୍ତ୍ତି କରାଯାଇଛି।
ଉଭୟଙ୍କର ଅନିୟନ୍ତ୍ରିତ ଡାଇବେଟିସ୍ ଦ୍ବାରା ହିଁ ଏମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ସମସ୍ତ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ବିଶେଷଜ୍ଞ ଡାକ୍ତର ସେମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/scb-1.jpg)