ଦିବ୍ୟାଙ୍ଗଙ୍କ କଣ୍ଠରେ ରେକର୍ଡ ହେଲା ଚଳଚ୍ଚିତ୍ର ଗୀତ

କଟକ: କଟକର ମିଲନ୍‌ ଷ୍ଟୁଡିଓରେ ରେକର୍ଡ ହେଲା ‘ଆଇ ଆମ କାଳିଆ’ ଚଳଚ୍ଚିତ୍ରର ଗୀତ। ‘ଲି ବ୍ଲିସ୍‌ ଏଣ୍ଟରଟେନ୍‌ମେଣ୍ଟ’ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର ଗୀତରେ ଜଣେ ଦିବ୍ୟାଙ୍ଗ କଣ୍ଠଦାନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଦିବ୍ୟାଙ୍ଗ ସନ୍ତୋଷ କୁମାର ମହାନ୍ତିଙ୍କ କଣ୍ଠରେ ଏହା ଆଜି ରେକର୍ଡିଂ କରାଯାଇଛି। ସିନେମାର ପ୍ରଯୋଜକ ସୁବାସ ସାହୁ ରହିଥିବାବେଳେ ଲେଖକ ଓ ନିର୍ଦେଶକ ତଥା ହାସ୍ୟଅଭିନେତା ହରିହର ମହାପାତ୍ର ରହିଛନ୍ତି। ଉକ୍ତ ଚଳଚିତ୍ରରେ ସଙ୍ଗୀତ ନିର୍ଦେଶନା ବୈଦନାଥ ଦାସଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଲ୍‌ଦୀପ, ଚରଣ, ସଂଜୁ, ପ୍ରଜ୍ଞା ଓ ଶୁଭାଶିଷ କଣ୍ଠଦାନ କରିଛନ୍ତି।

ପ୍ରଥମଥର ଚଳଚ୍ଚିତ୍ରରେ ଦିବ୍ୟାଙ୍ଗକୁ କଣ୍ଠଦାନ କରିବାର ଏପରି ନିଆରା ଉଦ୍ୟମ କରାଯାଇଥିବା ସୂଚନା ଦିଆଯାଇଛି। ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ପରିବାର ଓ ଜଗନ୍ନାଥପ୍ରେମୀଙ୍କୁ ନେଇ ଏହି ଚଳଚ୍ଚିତ୍ରର କାହାଣି ଆଧାରିତ। ଆଗାମୀ ଦିନରେ ଦିବ୍ୟାଙ୍ଗ ଓ ଭିନ୍ନ ଧରଣର ବ୍ୟକ୍ତିଙ୍କୁ ଚଳଚ୍ଚିତ୍ର ଅଧିକ ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଯୋଜକ ସୁବାସ ସାହୁ। ପୂର୍ବରୁ ଅନେକ ପ୍ରୋଗ୍ରାମ୍‌ କରିଛି, ହେଲେ ପ୍ରଥମଥର ପାଇଁ ଚଳଚ୍ଚିତ୍ରରେ ଗାଇବାକୁ ସୁଯୋଗ ଦେଇଥିବାରୁ ବୈଦନାଥ ସାହୁ ଓ ହରିହର ମହାପାତ୍ରଙ୍କୁ ଧନ୍ୟବାଦ ଜଣାଉଛି। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ମୋତେ ଏପରି ସୁଯୋଗ ମିଳିପାରିଥିବାରୁ ଆଜି ବହୁତ ଖୁସି ଅନୁଭବ ହେଉଛି। ଆଗାମୀ ଦିନରେ ସୁଯୋଗ ମିଳିଲେ ଏପରି ଅଧିକ ଗାଇବି ବୋଲି କହିଛନ୍ତି କଣ୍ଠଶିଳ୍ପୀ ସଂନ୍ତୋଷ।

ସମ୍ବନ୍ଧିତ ଖବର