କଦମ୍-ଏ-ରସୁଲ୍‌ ଯୁବକ ସଂଘ ପକ୍ଷରୁ ରକ୍ତଦାନ

କଟକ: ଦରଘାବଜାରସ୍ଥିତ ‘କଦମ୍-ଏ-ରସୁଲ୍‌ ଯୁବକ ସଂଘ’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଦିନ କଦମ୍‌ରସୁଲ ପରିସରରେ ଆୟୋଜିତ ହୋଇଛି। ‘ସମ୍ବାଦ’ର ଏଜିଏମ୍‌(ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବକ ସଂଘ ସଭାପତି ମହମ୍ମଦ ଅଜିଜୁର ରହିମ୍ ଓ ସାଧାରଣ ସଂପାଦକ ଉସ୍‌ମାନ ଖାନ୍‌ଙ୍କ ‌ନେତୃତ୍ବରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଡିସିପି ପିନାକ୍‌ ମିଶ୍ର, ସମ୍ମାନିତ ଅତିଥି ଭାବେ ଏସିପି ଅଜୟ କୁମାର ଦାସ, ଓଡ଼ିଶା ସ୍ବାଭିମାନ ମଞ୍ଚର ପ୍ରତିଷ୍ଠାତା-ସଭାପତି ମହମ୍ମଦ ସକିଲ୍‌, ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ସଚ୍ଚିକାନ୍ତ ନାଥ, ଦରଘାବଜାର ଥାନା ଅଧିକାରୀ ପ୍ରଫୁଲ କୁମାର ଜେନା, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, କର୍ପୋରେଟର ଅରୁନ୍ଧତୀ କର ଯୋଗ ଦେଇଥିଲେ।

ଯୁବକ ସଂଘ ପକ୍ଷରୁ ସମିମ୍ ଖାନ, ମିର୍ଜା ବାବୁଲି ବେଗ୍, ଶେଖ୍‌ ମୋତିଉଲ୍ଲା, ସଜାଦ୍ ଖାନ, ରିଙ୍କୁ ଅଲ୍ଲୀ, ମିର୍ଜା ସବିର ବେଗ୍, ଶେଖ୍ ମୁନ୍ନା, ଶେଖ୍‌ ସକିଲ, ଶେଖ୍ ଉସ୍‌ମାନ, ରଙ୍ଗଲାଲ୍‌ ମିଶ୍ର,‌ ଶେଖ୍ ଚିକୁ, ଶେଖ୍ ଆସିଫ୍, ଶେଖ୍ ମୋଇନ୍ଉଦ୍ଦିନ୍,‌ ଶେଖ୍ ଫୟାଜ୍ଉଦ୍ଦିନ, ଶେଖ୍‌ ସରଫ୍‌ରାଜ ଉଲ୍ଲା, ଅଖ୍‌ତାରୀ ବେଗମ୍, ଆରତୀ ଦାସ, ଅନିତା ସାହୁ, ମଞ୍ଜୁଶ୍ରୀ ମିଶ୍ର, ରହେମତୁନ୍ ବିବି, ମନୋଜ ସାହୁ, ସୁଲେମାନ ଖାନ, ହେନା ଖାନ, ସରୋଜ ରଞ୍ଜନ କର, ଶେଖ୍‌ ଜିଆଉଦ୍ଦିନ୍, ଅନିତା ବେହେରା, ହାଫିଜ୍ ସଦ୍ଦାମ, ଅବ୍‌ଦୁଲ ଲାୟକ୍, ଫର୍‌ଜାନା ବେଗମ୍, କରିମ୍ ଖାନ, ଇମାମ୍‌ ହାଫିଜ୍ ସଦରୁଦ୍ଦିନ୍, ଶେଖ୍‌ ଜାନି, ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଜ୍ଞାନରଞ୍ଜନ ରାଉତରାୟ, ସୁଶାନ୍ତ କୁମାର ସ୍ବାଇଁ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ରେଡ୍‌କ୍ରସ୍ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ସୁଶାଂଶୁ ଶତପଥୀ, ସନ୍ତୋଷ ନାୟକ, ସରୋଜ ମହାନ୍ତି, ସୌମ୍ୟରଞ୍ଜନ ବେହେରା, ରମେଶ ରାଉତ, କୀର୍ତ୍ତନ ବନ୍‌ଚୋର୍‌ ପ୍ରମୁଖ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଏହ‌ି ଶିବିରରେ ୩୭ୟୁନିଟ୍ ଓ ରକ୍ତଭଣ୍ଡାରରେ ୧୮ୟୁନିଟ୍, ଏହିପରି ମୋଟ ୫୫ୟୁନିଟ୍ ରକ୍ତସଂଗ୍ରହ କରାଯାଇଥିଲା।

ରକ୍ତଦାତା ଜୀବନଦାତା: ଇମ୍‌ତିଆଜ୍ ଖାନ, ଶେଖ୍ ଆବିଦ୍, ଲତିକା ଦେଈ, ବିଭୁରଞ୍ଜନ ମୁଦୁଲି, ଉସ୍‌ମାନ ଖାନ, ଶେଖ୍ ଇବ୍ରାହିମ୍, ଅବଦୁଲ୍ ଲତିକ୍, ଶେଖ ରହିମ୍, ଶାହାବାଜ୍‌ ଖାନ, ଶେଖ ସୁଲେମାନ, ଶେଖ ଆସିଫ୍, ହରିଶଙ୍କର ଭୋଇ, ମନୋଜ ସାହୁ, ଅବ୍‌ଦୁଲ ସଦାଫ୍, ସୟଦ୍ ତୁଫେଲ, ଶେଖ ରହିମ୍, ‌ଶେଖ୍ ମିନାଜ, ଶେଖ୍ ସାଜନ, ଶାହାନାବାଜ୍‌ ଖାନ, ଶେଖ୍ ସକିର, ଶେଖ୍ ସୁନି, ମହମ୍ମଦ ସଦ୍ଦାମ୍‌, ଜାଭେଦ୍ ଅଲ୍ଲୀ, ରକି ମହାରଣା, ମହମ୍ମଦ ସବିର, ଅଜୟ କୁମାର ଦାସ, ଦୀନକୃଷ୍ଣ ମିଶ୍ର, ପଦ୍ମନାଭ ଚେତନ୍‌, ଶେଖ୍ ବାବ୍‌ଜାନୀ, ମୀର୍ଜା ନିଶାର ବେଗ୍, ସଲମନ୍‌ ଖାନ, ଶେଖ୍ ରାଜ୍, ଅଭିଜିତ ଷଡ଼ଙ୍ଗୀ, ଫିରୋଜ ଖାନ, ଫର୍‌ଜନା ବେଗମ, ହେନା ଖାନ, ଶେଖ୍ ସର୍ଫରାଜ୍ ଉଲ୍ଲା।

ସମ୍ବନ୍ଧିତ ଖବର