କଟକ: ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସ୍ବପ୍ନ ଫାଉଣ୍ଡେସନ ଓ ‘ସମ୍ବାଦ-ଆମ ଓଡ଼ିଶା ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଚାଉଳିଆଗଞ୍ଜ ଶ୍ରଦ୍ଧା ଗାର୍ଡେନ୍ରେ ଅନୁଷ୍ଠିତ ହୋଇଛି। ‘ସ୍ବପ୍ନ ଫାଉଣ୍ଡେସନ୍ର ସଭାପତି ସୁଧାଂଶୁ ପାତ୍ରଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ।
ସିଏମ୍ସି ମେୟର ସୁବାସ ଚନ୍ଦ୍ର ସିଂହ, କଟକ-ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ୱାଳ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କଟକ ନଗର ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ବାଳ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ(ଶିବ), କର୍ପୋରେଟର୍ ମିନା ସାହୁ, ଇଞ୍ଜିନିୟର ସୁବ୍ରତ ଘଡେଇ, ସନ୍ତୋଷ ଭୋଳ, ରାକେଶ ସ୍ୱାଇଁ, ପ୍ରଳୟା ବେଉରାଙ୍କ ସମେତ ଅଧ୍ୟାପକ ଡକ୍ଟର ଶେଖ୍ କଲିମୁଲ୍ଲା, ବରିଷ୍ଠ ବିଜେପି ନେତା ଶ୍ରୀତମ ଦାସ, ସମାଜସେବୀ ଇଞ୍ଜିନିୟର ପ୍ରଦୀପ କୁମାର ବେହେରା, ଅଭିମନ୍ୟୁ ଦାସ, ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ସମାଜସେବୀ ଶିବେନ୍ଦ୍ର ହାତୀ, ମୁରବି ଅଶ୍ୱିନୀ ମହାରଣା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୧୬୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା ସଂଯୋଜକ ଜ୍ଞାନରଞ୍ଜନ ରାଉତରାୟ ଓ ‘ସମ୍ବାଦର ଫଟୋ ସାମ୍ବାଦିକ ସୌମ୍ୟରଞ୍ଜନ ପାତ୍ର ଶିବିର ପରିଚାଳନାରେ ସହାୟତା କରିଥିଲେ।