ପୋଲସରା ଗାଁରେ ବୋମାମାଡ଼

ବୋଲେରୋ କ୍ଷତିଗ୍ରସ୍ତ,ପୁଲିସ ମୁତୟନ

ସପ୍ତାହେରେ ଦୁଇଥର ଫୁଟିଲାଣି ବୋମା

ନିଆଳି : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆଜି ରାତି ପ୍ରାୟ ୯ଟାରେ ପୋଲସରା ଗ୍ରାମର ଅଲେଖ ଖଟେଇଙ୍କ ବୋଲେରୋ ଗାଡି ଉପରକୁ ବୋମାମାଡ଼ କରିଛନ୍ତି ଅଜଣା ଦୁର୍ବୃତ୍ତ। ବାଇକ୍‌ରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରି ଖସି ପଳାଇଛନ୍ତି। ଗୋଟିଏ ପଟେ ଡିିସେମ୍ବର ୩୧ ରାତିରେ ପୋଖରୀଗାଁ ଗ୍ରାମରେ ଘଟିଥିବା ବୋମାମାଡ ଓ ଫାଙ୍କା ଗୁଳିଚାଳନା ଘଟଣା ନେଇ ଆଜି ରାତିରେ ପୋଖରୀଗାଁରେ ଏକ ଶାନ୍ତି କମିଟି ବୈଠକ ବସିଥିବାବେଳେ ଏପେଟେ ପୋଲସରାରେ ଘଟିଛି ପୁଣି ବୋମାମାଡ଼। ନିଆଳି ଥାନା ଅଞ୍ଚଳରେ ବାରମ୍ବାର ବୋମାମାଡ ଘଟଣା ଘଟୁଥିବାବେଳେ ଅନେକ ସମୟରେ ଅପରାଧୀଙ୍କୁ ଧରିପାରୁନି ପୁଲିସ। ସପ୍ତାହରେ ଦୁଇଥର ବୋମାମାଡ ଘଟିଲାଣି।

ସୂଚନା ଅନୁସାରେ, ପୋଲସରା ଗ୍ରାମର ଅଲେଖଙ୍କ ଘରଠାରୁ କିଛି ଦୂରରେ ତାଙ୍କ ବୋଲେରୋ ଗାଡି (ଓଆର୦୫ଏଜି୮୪୧୩) ଉପରକୁ ବୋମାମାଡ କରି ଦୁଇଜଣ ଦୁର୍ବୃତ୍ତ ଖସିପଳାଇଥିଲେ। ଏଥିରେ ବୋଲୋରୋ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର