ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ରାମେଶ୍ୱର ବଜାର ନିକଟସ୍ଥ ପଟ୍ଟାମୁଣ୍ଡାଇ କେନାଲ୍ ବନ୍ଧରେ ଦୁର୍ବୃତ୍ତମାନେ ଆଜି ବୋମାମାଡ଼ କରିଛନ୍ତି। ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ଘଟି ନଥିଲେ ମଧ୍ୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୋମାମାଡ଼ର କାରଣ ଜଣାପଡିନାହିଁ। ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଠିକାସଂସ୍ଥା ଠାରୁ ଚାନ୍ଦା ଆଦାୟକୁ ନେଇ ବୋମା ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି। ବୋମା ମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଛାଡ଼ି ଚାଲିଯାଇଥିବା ଏକ ନମ୍ବରବିହୀନ ଅପାଚି ଗାଡ଼ିକୁ ପୁଲିସ ଜବତ କରି ଅନୁସନ୍ଧାନ ଜାରି ରଖିଛି।
/sambad/media/post_attachments/wp-content/uploads/2018/02/Badamba-Bomamada-Place-2-300x170.jpg) ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଦୁର୍ବୃତ୍ତମାନେ ସାଲେପୁର ଥାନା ଅଧୀନ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଓ ଜଗତପୁର ଥାନା ଅଧୀନ ରାମେଶ୍ୱର ସନ୍ୟାସୀପାଟଣା କେନାଲ ବନ୍ଧ ଉପରେ ବୋମା ମାଡ଼ କରିଥିଲେ। ବୋମା ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସାଲେପୁର ଆଇଆଇସି ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ଶ୍ରୀ ମାଝି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଦୁର୍ବୃତ୍ତମାନେ ସାଲେପୁର ଥାନା ଅଧୀନ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଓ ଜଗତପୁର ଥାନା ଅଧୀନ ରାମେଶ୍ୱର ସନ୍ୟାସୀପାଟଣା କେନାଲ ବନ୍ଧ ଉପରେ ବୋମା ମାଡ଼ କରିଥିଲେ। ବୋମା ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସାଲେପୁର ଆଇଆଇସି ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ଶ୍ରୀ ମାଝି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୨ଦିନ ତଳେ ସାଲେପୁର ବ୍ଳକ୍ କିଶୋରନଗର ଥାନା ଅଧୀନ ଦ୍ୱୀପାଞ୍ଚଳରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ଚାନ୍ଦାକୁ ନେଇ ବାରମ୍ବାର ବୋମାମାଡ଼ ଘଟଣା ଯୋଗୁଁ ଠିକାଦାରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Bomamada-Place.jpg)
