ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ

ଆଠଗଡ଼: ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ ହୋଇଛି । ପୁଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ ହୋଇଥିବା ଅଭିଯୋଗ ଆସିଛି । ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା ।

ବିପୁଳ ପରିମାଣର ଦେଶୀ ମଦ ପୋଚ ମଧ୍ୟ ଜବତ ହୋଇଛି । ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଠାରୁ ଏକ ବନ୍ଧୁକ ମଧ୍ୟ ଚଢ଼ଉ କାଳରେ ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ତିଗିରିଆ ଥାନାରେ ଏତଲା ଦେଇଛନ୍ତି ଅବକାରୀ ବିଭାଗ ।  ଅନେକ ଦିନ ହେଲା ଏଠାରେ ମଦ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର