କଟକ: ନିଜ ପସନ୍ଦର ହିରୋ ତଥା ଆଇକନ୍ ସବ୍ୟସାଚୀ ମିଶ୍ରଙ୍କୁ ଭେଟିବାକୁ ସାଇକଲରେ ଜଣେ ଯୁବକ ସାଲେପୁରରୁ ଭୁବନେଶ୍ବରକୁ ଯାଇ ସବ୍ୟସାଚୀଙ୍କ ଫଟୋ ଥିବା ଏକ ଫଟୋ ଫ୍ରେମ୍ ତାଙ୍କୁ ଉପହାର ଦେଇଛନ୍ତି। ସବ୍ୟସାଚୀ କେଉଁଠି ରହନ୍ତି ଜାଣି ନଥିଲେ ବି ସାଇକଲରେ ଭୁବନେଶ୍ବର ପହଞ୍ଚି ତାଙ୍କୁ ଖୋଜି ଉପହାର ଦେଇଛନ୍ତି ସାଲେପୁର ଲୁଣାହାର ଗ୍ରାମର ଯୁବକ ଦେବେନ୍ଦ୍ର ଭୋଇ। ପେସାରେ ଜଣେ ଡିପ୍ଲୋମା ଇଂଜିନିୟର୍ ଦେବେନ୍ଦ୍ର ମହାରାଷ୍ଟ୍ରର ପୁନେରେ ଚାକିରି କରୁଥିଲେ।
ହଠାତ୍ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଚାକିରି ଛାଡି ଗାଁକୁ ଚାଲି ଆସିଥିଲେ। ଏବେ ସେ ଘରେ ରହୁଥିବାବେଳେ କରୋନା ପାଇଁ କାମଧନ୍ଦା ନାହିଁ। ମହାମାରୀ ସମୟରେ ଅଭିନେତା ସବ୍ୟସାଚୀଙ୍କ ସେବା କାର୍ଯ୍ୟ ତାଙ୍କୁ ପ୍ରଭାବିତ କରିବାରୁ ସେ ଭୁବନେଶ୍ବରକୁ ଯାଇ ତାଙ୍କୁ ଉପହାର ଦେଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/IMG-20210620-WA0216_6.jpg)