ସଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା ଶିବିର

କଟକ: ସଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା ମାସ ଅବସରରେ ଆଜି କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଲୋୟଲା ସ୍କୁଲ ପରିସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ ସେନାପତି, ଆସିଷ୍ଟାଣ୍ଟ ପ୍ରଫେସର ସୁଲଗ୍ନା ମହାନ୍ତି ଓ ସଦ୍‌ଗୁରୁ ହସ୍ପିଟାଲର କର୍କଟ ରୋଗ ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ରଞ୍ଜନ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ତନ କର୍କଟ ରୋଗ ସଂପର୍କରେ ଅବଗତ କରାଇଥିଲେ।

ବର୍ତ୍ତମାନ ସମୟରେ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀର ପରିବର୍ତ୍ତନ ଓ ଖାଦ୍ୟ ପଦାର୍ଥରେ ତାଳ ମେଳ ରହୁ ନଥିବାରୁ ଏବେ କର୍କଟ ରୋଗ ତଥା ସ୍ତନ କର୍କଟ ରୋଗ ବୃଦ୍ଧି ଘଟୁଛି। ତେଣୁ ଏବେ ସଜାଗ ହେବାର ସମୟ ଆସିଛି, ସ୍ତନ କର୍କଟ ରୋଗକୁ ମୁକାବିଲା କରିବା ସହିତ ଠିକ ସମୟର ଠିକ ଚିକିତ୍ସା କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଲୋୟଲା ସ୍କୁଲ ପକ୍ଷରୁ ପ୍ରିନସ୍‌ପାଲ ଏଫ ଆର ଭିକ୍ଟର ଏଫ. ମିସକ୍ୟୁଥ୍‌, ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ପି.ଜି କାଉନସିଲ ଅଧ୍ୟକ୍ଷ ଅସିମା ସାହୁ, ଇନିଷ୍ଟିଚ୍ୟୁସନାଲ କୋର୍ଡିନେଟର ପ୍ରଫେସର ଲୁନା ସାମନ୍ତ ଯୋଗ ଦେଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଡି.ଏସ.ଡବ୍ଲ୍ୟୁ ନିର୍ଦ୍ଦେଶକ ଅଳକାନନ୍ଦ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କଲଚରାଲ କାଉନସିଲ୍‌ର ଅଧ୍ୟକ୍ଷ ଡକ୍ଟର ଉର୍ମିଶ୍ରୀ ବଡମାତା ଧନ୍ୟବାଦ ଅର୍ପଣ କରିଥିଲେ। ସଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ କମ୍ୟୁନିକେସନ ମ୍ୟାନେଜର ଜଗନ୍ନାଥ ପାତ୍ର ଓ କର୍ମଚାରୀ ମହମ୍ମଦ ଫକିରୁଦ୍ଦିନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର