ଅନ୍ତଃବସ୍ତ୍ରରେ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଚାଲାଣ : ଏଜେଣ୍ଟ ଗିରଫ, ପୁଡ଼ିଆ ଜବତ

କଟକ : ସାଢ଼େ ପାଞ୍ଚ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ବ୍ରାଉନ୍‌ସୁଗାର ଚାଲାଣ ହେଉଥିଲା ଅନ୍ତଃବସ୍ତ୍ରରେ। ଭୁବନେଶ୍ୱର ହଳଦୀ ପଡ଼ିଆ ଅଞ୍ଚଳର ଏଜେଣ୍ଟ ଦିଲ୍ଲୀପ ଓରଫ ଯୋଗୀ ବେହେରା ଜଳେଶ୍ୱରରୁ ଭୁବନେଶ୍ୱରକୁ ନେଉଥିଲା ଏହି ବ୍ରାଉନସୁଗାର। ଦିଲ୍ଲୀପକୁ କଟକ ବାଦାମବାଡ଼ିରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି। ତା’ ଅନ୍ତଃବସ୍ତ୍ରରୁ ସାଢ଼େ ୫ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ଘଟଣାରେ ହୋଲ୍‌ସେଲର୍‌ ଆଜାଦ୍‌ ଏବଂ ଦୁଇ ବେପାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ହଳଦୀ ପଡ଼ିଆ ଅଞ୍ଚଳର ସଂଜୟ ମହାନ୍ତି ଏବଂ ତା’ ମା’ ଟିକିନା ମହାନ୍ତି ଜଳେଶ୍ୱର ଅଞ୍ଚଳର ଆଜାଦ ନାମକ ଜଣେ ବ୍ରାଉନ୍‌ସୁଗାର ର‍୍ୟାକେଟ୍‌ର ମୁଖିଆ ନିକଟରୁ ୫୫ ଗ୍ରାମର ବ୍ରାଉନ୍‌ସୁଗାର ମଗାଇଥିଲେ। ବ୍ରାଉନ୍‌ସୁଗାର ଆଣିବାକୁ ହଳଦୀ ପଡ଼ିଆ ଅଞ୍ଚଳର ଦିଲ୍ଲୀପ ଓରଫ ଯୋଗୀ ବେହେରା ନାମକ ଜଣେ ଯୁବକ ଜଳେଶ୍ୱର ଅଞ୍ଚଳକୁ ଯାଇଥିଲା। ସେ ନିର୍ମାଲ୍ୟ ବସ୍‌ରେ ଆଜି ଜଳେଶ୍ୱରରୁ କଟକ ଆସିଥିଲା। ଭୋର ପ୍ରାୟ ୫ଟା ୪୫ରେ ବାଦାମବାଡ଼ି ନିକଟରେ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଯିବା ଉଦ୍ଦେଶ୍ୟରେ ବସ୍‌କୁ ଅପେକ୍ଷା କରିଥିଲା। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦିଲ୍ଲୀପକୁ କାବୁ କରି ନେଇଥିଲା । ତାକୁ ଗୁଇନ୍ଦା ବିଭାଗ କାର୍ଯ୍ୟାଳୟକୁ ଆଣି ଯାଞ୍ଚ କରିବା ପରେ ତା’ ଅନ୍ତଃବସ୍ତ୍ରରୁ ୨୦୦ ବ୍ରାଉନ୍‌ସୁଗାର ପୁଡ଼ିଆ ଜବତ ହୋଇଥିଲା । ଜବତ ବ୍ରାଉନ୍‌ସୁଗାର ପାଖାପାଖି ୫୫ ଗ୍ରାମରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଦିଲ୍ଲୀପକୁ ପଚରାଉଚରା ବେଳେ ସେ କହିିଥିଲା ଯେ ପୁଡ଼ିଆ ପିଛା ୧୯୦ ଟଙ୍କାରେ କିଣାଯାଉଥିବା ବେଳେ ୩୦୦ ଟଙ୍କାରେ ଭୁବନେଶ୍ୱରରେ ବିକ୍ରି କରାଯାଉଛି। ଆଜି ଭୋରରୁ ଦିଲ୍ଲୀପର ଧରାପଡ଼ିବା ଖବର ପାଇବା ପରେ ଉଭୟ ସଂଜୟ ଏବଂ ତା’ ମା’ ଟିକିନା ହଳଦୀ ପଡ଼ିଆ ବସ୍ତି ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି। ଆଜି ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଏବଂ ଡେପୁଟି କମିସନର୍‌ ରାମଚନ୍ଦ୍ର ପାଲ୍‌ଟାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ଅମରେନ୍ଦ୍ର କୁମାର ଜେନା, ବୈଜୟନ୍ତୀ ପଣ୍ଡା, ଜଗଦୀଶ ସାମଲ, ଗାଲୁରାମ ସୋରେନ୍‌, ନିରଞ୍ଜନ ବେହେରା, କିଶୋର ରାଉତ, ଆଲୋକ ଖଟୁଆ, ରାଜେଶ କିଶାନ, ବସନ୍ତ ମଲ୍ଲିକ, ଜଗନ୍ନାଥ ନାଏକ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣଖଣ୍ଡଗିରି,୧୪|୫(ଇମିସ): ଗତରାତିରେ ଆଇଗିଣିଆ ଓଭରବ୍ରିଜ୍‌ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ସ୍ଥାନୀୟ ସରକନ୍ତରା ଗାଁର ବଳରାମ ମହାପାତ୍ର(୪୭)। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତି କରାଯାଇଛି ଓ ସେ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତୃତାକୁ କେନ୍ଦ୍ର କରି ବଳରାମଙ୍କ ପଡ଼ୋଶୀ ଲାଲା ଷଡ଼ଙ୍ଗୀ କେତେକ ବାହାର ଗୁଣ୍ଡାଙ୍କୁ ସାଙ୍ଗ କରି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଲୁଟପାଟ୍‌ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାନୁସାରେ ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବଳରାମ କୌଣସି କାମ ସାରି ବାଇକ୍‌ ଯୋଗେ ଆଇଗିଣିଆ ଆଳୁଗଦି ଭିତରୁ ଏକୁଟିଆ ଘରକୁ ଫେରୁଥିଲେ। ସେ ଓଭରବ୍ରିଜ୍‌ ପାର୍‌ ହୋଇ ଡୁମୁଡୁମା ହାଉସିଂବୋର୍ଡ କଲୋନି ଦେଇ ସରକନ୍ତରାସ୍ଥିତ ତାଙ୍କ ଘରକୁ ଯାଉଥିିଲେ। ମାତ୍ର ସେ ଓଭରବ୍ରିଜ୍‌ ପାର୍‌ ହୋଇ କିଛି ବାଟ ଯାଇଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ରହିଥିବା ୪ ଜଣ ତାଙ୍କୁ ଅଟକାଇ ଅତର୍କିିତ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବଳରାମ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ବଳରାମଙ୍କୁ ଏମ୍‌ସକୁ ନିଆଯାଇଥିଲା। ଖବର ପାଇ ବଳରାମଙ୍କ ପରିବାର ଲୋକେ ଏମ୍‌ସରେ ପହଞ୍ଚି ତାଙ୍କଠାରୁ ଆକ୍ରମଣକାରୀମାନଙ୍କ ବାବଦରେ ଜାଣିବାକୁ ପାଇଥିଲେ। ଆଜି ସକାଳୁ ବଳରାମଙ୍କ ସ୍ତ୍ରୀ ସୀତା ମହାପାତ୍ର ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ପଡ଼ୋଶୀ ଲାଲା ଷଡ଼ଙ୍ଗୀ, ତାଙ୍କ ପୁଅ ଆକାଶ ଷଡ଼ଙ୍ଗୀ, ବଳିଆ ସେଠୀ ଓ ବିଶ୍ୱଜିତ୍‌ ଏମିତି ୪ ଜଣ ମିଶି ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ ବଳରାମ ଓ ଲାଲାଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଛି। ପ୍ରାୟ ୧୦/୧୨ ବର୍ଷ ତଳେ ଲାଲାଙ୍କ ଶଳା ଅଲା ମହାପାତ୍ରଙ୍କ ହତ୍ୟାକାଣ୍ଡ ପରଠାରୁ ଏହି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଲାଲାଙ୍କ ପୁଅ ଆକାଶ ଓ ଅଗ୍ନି ବଡ଼ ହେବା ପରେ ଏହି ଗଣ୍ଡଗୋଳ ବଢ଼ି ବଢ଼ି ଚାଲିଛି। ଆକାଶ ଓ ଅଗ୍ନି ଦୁଇ ଭାଇ ବେଶ୍‌ କିଛି ଦିନ ହେଲା ଡୁମୁଡୁମା ଅଞ୍ଚଳରେ ବିଭିନ୍ନ ଅପରାଧ ଘଟାଇଚାଲିଛନ୍ତି। ସେମାନେ ମଧ୍ୟ ମାର୍‌ପିଟ୍‌, ଛିନ୍‌ତାଇ, ରାହାଜାନୀ ଓ ବାଇକ୍‌ ଲୁଟ୍‌ ଭଳି ଅପରାଧ ଘଟାଇ ଜେଲ୍‌ ଯାଇଛନ୍ତି।

ସମ୍ବନ୍ଧିତ ଖବର