ତିନିଘରିଆରୁ ବ୍ରାଉନସୁଗାର ଜବତ; ୩ ଜଣ ଅଭିଯୁକ୍ତ ଗିରଫ

କଟକ: ବ୍ରାଉନସୁଗାର ଚାଲାଣ ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମଧୁପାଟଣା ଥାନା ପୁଲିସ। ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଆମ୍ବ ବଗିଚା ଅଞ୍ଚଳରେ ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇ କମିସନରେଟ୍ ପୁଲିସର ସ୍ପୋଶାଲ ସ୍କ୍ବାର୍ଡ ଚଢାଉ କରି ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର, ଏକ ବାଇକ୍, ୧୭ ହଜାର ଟଙ୍କା ଏବଂ ୪ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର