କଟକ: କଟକ ସହରରେ ଚଳନ୍ତା ଅଟୋରେ ବିକ୍ରି ହେଉଛି ବାଙ୍ଗଲାଦେଶୀ ବ୍ରାଉନ୍ସୁଗାର। ଗରାଖମାନେ ଅଟୋରେ ଯାତ୍ରୀଙ୍କ ପରି ବସି ଅଟୋ ଡ୍ରାଇଭର୍ଙ୍କ ନିକଟରୁ ବ୍ରାଉନ୍ସୁଗାର କିଣୁଛନ୍ତି। ଏଭଳି ନୂଆ କୌଶଳ ବାବଦରେ ସାମାନ୍ୟତମ ସୂଚନା ମିଳୁନଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଜଣେ ଅଟୋ ଚାଳକ ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଜଗତପୁର ପଣ୍ତା ସାହିର ସୁଧିର ମହାନ୍ତି। ପୁଲିସ ସୁଧିରର ଅଟୋରୁ ୬୦ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି। ଜବତ ବ୍ରାଉନ୍ସୁଗାର ଦାମ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ଆକଳନ କରୁଥିବା ସୂଚନା ମିଳିଛି।
ଆଜି ଲିଙ୍କ୍ରୋଡସ୍ଥିତ ନିଶାମଣି ହଲ୍ ରାସ୍ତାରେ ସୁଧିର ଜଣେ ଗ୍ରାହକଙ୍କୁ ଚଳନ୍ତା ଅଟୋରେ ବ୍ରାଉନ୍ସୁଗାର ବିକ୍ରି କରିବାକୁ ଆସିଥିଲେ। ସେଠୁ ଗୋପାଳପୁର ଆଡ଼କୁ ଯାଉଥିଲେ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ତାକୁ ଗିରଫ କରିିଥିଲା। ତାକୁ ଜେରା ପରେ ସହରର ଭିଡ଼ ରାସ୍ତାରେ କିଭଳି ଢ˚ଗରେ ଚଳନ୍ତା ଅଟୋରେ ବ୍ରାଉନ୍ସୁଗାର ବିକ୍ରି କରାଯାଉଥିଲା, ସେ ସମ୍ପର୍କରେ ପୁଲିସ ତଥ୍ୟ ହାସଲ କରିପାରିଛି। ସୁଧିରକୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଚାରି ଜଣ ଦଲାଲ ପର୍ଯ୍ୟାୟକ୍ରମେ ଜଗତପୁରରେ ବ୍ରାଉନ୍ସୁଗାର ଯୋଗାଉଥିଲେ। ସୁଧିର ନିଜେ ବ୍ରାଉନସୁଗାର ଖାଉଥିବା େବଳେ ପୁଡ଼ିଆ ପିଛା ୩୦୦ ଟଙ୍କାରେ ବିକ୍ରି କରୁଥିଲା। ଜଗତପୁର ଥାନାରେ ତା’ ବିରୋଧରେ ପ୍ରାୟ ୫ଟି ଅପରାଧିକ ମାମଲା ରୁଜୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି କାରବାରରେ ଆହୁରି କିଛି ଅଟୋ ଚାଳକ ସାମିଲ ଥିବା କୁହାଯାଉଛି। ଗ୍ୟାଙ୍ଗର ସମସ୍ତଙ୍କୁୁ ଗିରଫ କରିବାକୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।
ଚଳନ୍ତା ଅଟୋରେ ବ୍ରାଉନ୍ସୁଗାର ବିକ୍ରି:ଡ୍ରାଇଭର ଗିରଫ, ୬ ଲକ୍ଷ ଟଙ୍କାର ପୁଡ଼ିଆ ଜବତ
/sambad/media/post_attachments/wp-content/uploads/2018/11/tment-can-i-go-to-rehab-instead-of-jail-article-photo-hands-of-prisoner-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)