ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଲା ବସ, ଅନେକ ଯାତ୍ରୀ ଆହତ ସୂଚନା

କଟକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକ ଜିଲ୍ଲାର ଜଗତପୁର ଠାରେ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଚାଳକ ଧକ୍କା ଦେବାରୁ ଭାରସାମ୍ୟ ହରାଇଥିଲେ। ବସ୍‌ଟି କଟକ ସହର ଭିତରକୁ ପ୍ରବେଶ କରିବାର ଅଳ୍ପ ସମୟ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ସୂଚନା ଅନୁସାରେ ପୋଲ ଉପରେ ବସ୍‌ଟି ଯାଉଥିବା ବେଳେ କଡ଼ରେ ଥିବା ପାଚେରୀକୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍‌ଟି ୩୦ ଫୁଟ୍‌ ତଳକୁ ଖସିପଡ଼ିଛି। ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍‌ଟି ମହାନଦୀର ବାଲି ଶର୍ଯ୍ୟାରେ ଖସିପଡ଼ିଛି। ଅନ୍ଧାର ହୋଇ ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି।

ସୂଚନା: ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର