କଟକ: କଟକ ଜିଲ୍ଲା ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଘନ କୁହୁଡ଼ି ଯୋଗୁ ଏଠାରେ ରାତି ପ୍ରାୟ ୩ଟା ବେଳେ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ଡିଭାଇଡରରେ ପିଟି ହୋଇ ଓଲଟିଥିଲା। ଏଥିରେ ଥିବା ୨୧ ଜଣ ଆହତ ହୋଇଥିଲେ। ବସ୍‌ ଦେବଗଡ଼ରୁ ଭୁବନେଶ୍ବର ଯାଉଥିଲା।

Advertisment

କଟକ ମଧୁସୂଦନ ସେତୁ ଦେଇ ସିଡିଏ ବାଟରେ  ଭୁବନେଶ୍ବରକୁ ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।