କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ବୁଧବାର ସିବିଆଇ ପଶିବା ଘଟଣାକୁ କେନ୍ଦ୍ର କରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଗୁରୁବାର ମଧ୍ୟ ଜାରି ରହିଛି। ସିବିଆଇର କାର୍ଯ୍ୟକଳାପକୁ କଡ଼ା ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ୍ କଠୋର ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତରେ ଗୁରୁବାର ବାର ଆସୋସିଏସନର ଏକ ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ପିଏଲ୍ ଶୁଣାଣି ହେବା ସହିତ ପୂର୍ବାହ୍ନ ୧୧ଟା ୩୦ରେ ଏକ ବୈଠକ ହେବ। ଓକିଲଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିର ବୈଠକ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ବିଚାରତପତିଙ୍କୁ ଖୋଜୁଥିବା ବେଳେ ସିବିଆଇ ନିଜର ଭୁଲ ଜାଣିପାରି ଫେରି ଯାଇଥିଲା।