ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କୁଦ୍ଦୁସିଙ୍କ ଘରେ ସିବିଆଇ ରେଡ୍‌

କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆଇ ଏମ୍‌ କୁଦ୍ଦୁସିଙ୍କ ଘରେ ବୁଧବାର ସିବିଆଇ ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁସାରେ ସିବିଆଇ ଦିଲ୍ଲୀ ସମେତ ୮ଟି ସ୍ଥାନରେ ସିବିଆଇ ରେଡ଼ କରିଛି। ଏଥି ସହିତ ସିବିଆଇ ଜଷ୍ଟିସଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ଦଣ୍ଡ ସଂହିତା ଧାରା ‘୧୨୦-ବି’ରେ ମାମଲା ରୁଜୁ କରିଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ବୁଧବାର ସକାଳୁ ସିବିଆଇ ପଶିବା ଘଟଣାକୁ କେନ୍ଦ୍ର କରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସିବିଆଇର କାର୍ଯ୍ୟକଳାପକୁ କଡ଼ା ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ୍‌ କଠୋର ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ଓକିଲଙ୍କ ନିଷ୍ପତ୍ତି ଅନୁସାରେ ଗୁରୁବାର ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ପରବର୍ତ୍ତି ପଦକ୍ଷେପ ପାଇଁ ପୁଣି ବୈଠକ ବସାଇବାକୁ ବାର ଆସୋସିଏସନ୍‌ ନିଷ୍ପତି ନେଇଛି। ଅବସରପ୍ରାପ୍ତ ବିଚାରତପତିଙ୍କୁ ଖୋଜୁଥିବା ବେଳେ ସିବିଆଇ ନିଜର ଭୁଲ ଜାଣିପାରି ଫେରି ଯାଇଥିଲା।

ସମ୍ବନ୍ଧିତ ଖବର