ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦ୍‌ଯାପନ ସମାରୋହ: ଭୁଆସୁଣି ପଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ୭୦ ଚାରା ରୋପଣ

କଟକ : ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାରା ରାଜ୍ୟରେ ଚାଲିଥିବା ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଦିନ ଉଦ୍‌ଯାପିତ ହୋଇଛି। କଟକର ଐତିହାସିକ ବିଡ଼ାନାସୀସ୍ଥିତ ଭୁଆସୁଣି ପଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନ କରିଛନ୍ତି। ବୁଧବାର ଦିନ ଶ୍ରୀ ପଟ୍ଟନାୟକଙ୍କ ୭୦ତମ ଜନ୍ମଦିନ କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ସାହିତ୍ୟିକ, ପରିବେଶବିତ୍‌, ଶାନ୍ତି କମିଟି, ପୂଜା କମିଟି କର୍ମକର୍ତ୍ତା, ସମାଜସେବୀ, ସଂଗଠକ, ଶିକ୍ଷାବିତ, କ୍ରୀଡାବିତ, ଲୋକପ୍ରତିନିଧି ମାନେ ଯୋଗ ଦେଇ ପ୍ରତୀକାତ୍ମକ ଭାବେ ୭୦ଟି ଚାରା ରୋପଣ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ନିର୍ଦ୍ଦେଶକ ସତ୍ୟସ୍ମୃତି ମହାନ୍ତି, ସମ୍ବାଦର ବାର୍ତ୍ତା ବିଭାଗ ମହାପ୍ରବନ୍ଧକ ଅରବିନ୍ଦ ଦାସ, ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଯୋଗ ଦେଇଥିବା ବେଳେ କଟକ ସମ୍ବାଦ ସଂସ୍କରଣର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ କଟକ ମହାନଗରର ୫୯ଟି ୱାର୍ଡରେ ୫୯ଟି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

 

ସମ୍ବନ୍ଧିତ ଖବର