ଆଜି ଛାଡ଼ଖାଇ; ହୋଟେଲ୍‌ରେ ବ୍ୟାପକ ପ୍ରସ୍ତୁତି, ଖାସିମାଂସ-ମୁଢ଼ି, ଡାବ୍‌ ଜିଙ୍ଗା, ଗୋଲ୍‌ଡେନ୍‌ ପ୍ରନ୍‌ ଉଇଥ୍‌ ରାଇସ୍‌ ନୁଡଲ୍‌ସ୍‌, ସପ୍ତାହେ ରହିବ ଛାଡ଼ଖାଇ ଅଫର୍‌

କଟକ: ଆଜି ଛାଡ଼ଖାଇ। କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ବେଶ୍‌ ଧୁମଧାମ୍‌ରେ ପାଳିଥାନ୍ତି ସହରବାସୀ। ଏକମାସ ଧରି ସମ୍ପୂର୍ଣ୍ଣ ନିରାମିଷ ଖାଇ ଵ୍ରତ ପୂରଣ କରିଥାନ୍ତି ଲୋକେ। ଏହାସହ ପାଞ୍ଚଦିନ ଧରି ପୂଜା ପାଇ ଆସୁଥିବା କାର୍ତ୍ତିକେଶ୍ୱରଙ୍କ ଭସାଣି ଯାତ୍ରା ମଧ୍ୟ ଏହି ଦିନ ଅନୁଷ୍ଠିତ ହୋଇଥାଏ। ତେବେ, ଭସାଣି ସହ ସମସ୍ତ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲୋକେ ଆମିଷ ଖାଇ ଏହି ଦିନକୁ ଛାଡ଼ଖାଇ ଭାବେ ଖୁସିରେ ପାଳିଥାନ୍ତି। ଚଳିତବର୍ଷ ଛାଡ଼ଖାଇ ପାଳିବା ପାଇଁ ସହରର ହୋଟେଲଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। କେଉଁଠି ଖାସିମାଂସ ଝୋଳ ତ’ କେଉଁଠି ଚିଙ୍ଗୁଡ଼ି ଓ ଚିକେନ୍‌ ପାଇଁ ଆଗୁଆ ଅର୍ଡର୍‌ ଦେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ହୋଟେଲ୍‌ ମାଲିକମାନେ। ସହରବାସୀଙ୍କ ପ୍ରତ୍ୟେକ ପସନ୍ଦ ଅନୁଯାୟୀ ସମସ୍ତ ପ୍ରସ୍ତୁତି ହେଉଥିବା ମାଲିକମାନେ ପ୍ରକାଶ କରିଛନ୍ତି। ଏପରିକି ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ହୋମ୍‌ ଡେଲିଭରି ପାଇଁ ଅର୍ଡର୍‌ ନେଇ ଚମତ୍କାର ଅଫର ରଖିଥିବା ସେମାନେ ପ୍ରକାଶ କରିଛନ୍ତି।

ହୋଟେଲ ମାଲିକମାନେ କୁହନ୍ତି…

ଖାସିମାଂସ-ମୁଢ଼ି ଓ ଚକୁଳି
ଛାଡ଼ଖାଇକୁ ନଜରରେ ରଖି ହୋଟେଲ୍‌ ତରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚିକେନ୍‌ କବିରାଜି ଦର ୨୪୯ ଟଙ୍କା, ସିଜ୍‌ଲିଙ୍ଗ ତନ୍ଦୁର ଗ୍ରିନ ପ୍ରନ୍‌ ୬୩୦ ଟଙ୍କା, ଷ୍ଟଫ୍‌ ପ୍ରନ୍‌ ଉଇଥ୍‌ ହନି ଲେମନ୍‌ ସସ୍‌ ୬୩୦ ଟଙ୍କା, ଖାସିମାଂସ ଉଇଥ୍‌ ମୁଢ଼ି ୪୦୦ ଟଙ୍କା, ଖାସିମାଂସ ଉଇଥ୍‌ ଚକୁଳି ୪୦୦ ଟଙ୍କା, ଡାବ୍‌ ଚିଂଗରି ୪୪୯ ଟଙ୍କା, କ୍ରାବ୍‌ ମସଲା ୩୯୯ ଟଙ୍କା, ଗ୍ରିନ୍‌ ଚିଲି କ୍ରାବ୍‌ ୪୪୯ ଟଙ୍କା, ହୋଲ୍‌ କ୍ରାବ୍‌ ଉଇଥ୍‌ ବ୍ଲାକ୍‌ ବିନ୍‌ ସସ୍‌ ୪୯୯ ଟଙ୍କା, ଭେକ୍‌ଟି ସିଜ୍‌ଲିଙ୍ଗ କବାବ୍‌ ୬୫୦ ଟଙ୍କା, ତନ୍ଦୁର ସାଫରନ୍‌ ହୋଲ୍‌ ଭେକ୍‌ଟି ଉଇଥ୍‌ ମିଣ୍ଟ ଚଟ୍‌ନି ୮୯୯ ଟଙ୍କା, ଭେକ୍‌ଟି ରଙ୍ଗପୁରୀ ଫ୍ରାଏ ଉଇଥ୍‌ ଫ୍ରେଞ୍ଚ ଫ୍ରାଏସ୍‌ ୪୯୯ ଟଙ୍କା, ସିଜ୍‌ଲିଙ୍ଗ ହୋଲ୍‌ ଭେକ୍‌ଟି ଉଇଥ୍‌ ଲେମନ୍‌ ବଟର୍‌ ସସ୍‌ ଆଣ୍ଡ ସତ୍ୟା ଭେଜିଟେବୁଲ୍‌ ୮୯୯ ଟଙ୍କା ରହିଛି। ଖାସ୍‌ କରି ଖାସିମାଂସ ଉଇଥ୍‌ ମୁଢ଼ି ଓ ଖାସିମାଂସ ଉଇଥ୍‌ ଚକୁଳି ନୂଆ କରି ଆଣିଛୁ। ଏହି ଛାଡ଼ଖାଇ ସ୍ପେସାଲ ବ୍ୟବସ୍ଥା ଗୋଟିଏ ସପ୍ତାହ ରହିବ। ଆଶା ଅଛି ଗ୍ରାହକମାନେ ଭରପୁର ମଜା ନେବେ।
ବାପିନା ନାୟକ, ମ୍ୟାନେଜର୍‌, ହୋଟେଲ୍‌ ଗ୍ରାଣ୍ଡ ରେସିଡେନ୍ସି

ଡାବ୍‌ ଜିଙ୍ଗା ଛାଡ଼ଖାଇ ସ୍ପେସାଲ୍‌
ପ୍ରତ୍ୟେକ ବର୍ଷ କିଛି ନା କିଛି ନୂଆ ସ୍ୱାଦଯୁକ୍ତ ଖାଦ୍ୟ ହୋଟେଲରେ ତିଆରି ହୋଇଥାଏ। ସେହିଭଳି ଚଳିତବର୍ଷ ଡାବ୍‌ ଜିଙ୍ଗା ଦର ୪୨୦ ଟଙ୍କା, ଫିସ୍‌ ଟକ୍‌ରାଇ ଦର ୨୭୦ ଟଙ୍କା, ପତ୍ର ପୋଷା ଭେକ୍‌ଟି ୨୨୦ ଟଙ୍କା, ଭେକ୍‌ଟି ଫିସ୍‌ ବିରିୟାନି ୨୭୦ ଟଙ୍କା ରହିଛି। ନୂଆକରି ଡାବ୍‌ ଜିଙ୍ଗା କରିଛୁ। ଆଶା କରୁଛୁ ଗ୍ରାହକମାନେ ଏହାକୁ ପସନ୍ଦ କରିବେ।
ମହମ୍ମଦ୍‌ ଅସରଫ୍‌, ମ୍ୟାନେଜର୍‌, ଗୋଲଡେନ୍‌ ସ୍ପୁନ ରେଷ୍ଟୁରାଣ୍ଟ

Sambad

ଗୋଲ୍‌ଡେନ୍‌ ପ୍ରନ୍‌ ଉଇଥ୍‌ ରାଇସ୍‌ ନୁଡଲ୍‌ସ୍‌
ଛାଡ଼ଖାଇକୁ ପ୍ରତ୍ୟେକ ଓଡ଼ିଆ ଆମିଷ ଖାଇ ଧୁମଧାମରେ ପାଳିଥାନ୍ତି। ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ହୋଟେଲ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏକ ସପ୍ତାହ ଯାଏ ଛାଡ଼ଖାଇ ସ୍ପେସାଲ୍‌ ବନ୍ଦୋବସ୍ତ କରାଯାଇଛି। ମେନ୍ୟୁ ମଧ୍ୟରେ ପଟିଆଲା ଚିକେନ୍‌ ଉଇଥ୍‌ ପରଠା ଆଣ୍ଡ ପୁଲାଉ ଦର ୩୫୦ ଟଙ୍କା, ମୁର୍ଗ୍‌ କା ସାମୀ ୨୫୦ ଟଙ୍କା, ଗୋଲଡେନ୍‌ ପ୍ରନ୍‌ ଉଇଥ୍‌ ରାଇସ୍‌ ନୁଡଲସ୍‌ ୪୫୦ ଟଙ୍କା, ହନି ଗ୍ଲାଜେଡ୍‌ ଚିକେନ୍‌ ୨୬୦ ଟଙ୍କା। ୧ ହଜାର ଟଙ୍କା ଉପରକୁ ଖାଦ୍ୟ ଅର୍ଡର୍‌ରେ ବ୍ଲାକ୍‌ କରେଣ୍ଟ ଆଇସକ୍ରିମ୍‌ ଉଇଥ୍‌ ଚକୋଲେଟ୍‌ ସସ୍‌ କମ୍ପ୍ଲିମେଣ୍ଟାରି ଗ୍ରାହକଙ୍କୁ ଦିଆଯିବ।
ଉମାକାନ୍ତ ପରିଡ଼ା‌, ମ୍ୟାନେଜର୍‌, ହୋଟେଲ୍‌ ଶୀତଲ୍‌

ତାୱା ପାମ୍ପ୍ଲେଟ୍‌ ଓ ଲବଷ୍ଟର୍‌
ହୋଟେଲରେ ପ୍ରତ୍ୟେକ ଦିନ ସୁସ୍ୱାଦୁ ଖାଦ୍ୟ ତିଆରି ହୋଇଥାଏ। ହେଲେ ପର୍ବପର୍ବାଣୀ ଆସିଲେ କିଛି ନୂଆ କରିବାକୁ ଆଗ୍ରହୀ ହୋଇଥାଉ। ଏହାସହ ଗ୍ରାହକ ମଧ୍ୟ ଭଳି କି ଭଳି ଖାଦ୍ୟ ଡିମାଣ୍ଡ କରିଥାନ୍ତି। ଛାଡ଼ଖାଇରେ ସ୍ୱତନ୍ତ୍ର ଭାବେ ତାୱା ପାମ୍ପ୍ଲେଟ୍‌, ତନ୍ଦୁର ପାମ୍ପ୍ଲେଟ୍‌, ଟାଇଗର୍‌ ପ୍ରନ୍‌ ମସଲା, ଲବଷ୍ଟର୍‌ ତନ୍ଦୁର, ଲବଷ୍ଟର ବଟର୍‌ ମସଲା ରହିଛି। ତାୱା ପାମ୍ପ୍ଲେଟ୍‌ ଓ ତନ୍ଦୁର ପାମ୍ପ୍ଲେଟ୍‌ ଦର ୪୯୯ ଟଙ୍କା, ଟାଇଗର୍‌ ପ୍ରନ୍‌ ମସଲା ୬୦୦ ଟଙ୍କା, ଲବଷ୍ଟର୍‌ ତନ୍ଦୁର୍‌ ଦର ୫୯୯ ଟଙ୍କା, ଲବଷ୍ଟର୍‌ ବଟର୍‌ ମସଲା ୬୦୦ ଟଙ୍କା ରହିଛି। ଗ୍ରାହକ ଏହି ଖାଦ୍ୟର ମଜା ଏକ ସପ୍ତାହ ପର୍ଯ୍ୟନ୍ତ ନେଇ ପାରିବେ।
ଭାନୁ ପ୍ରକାଶ ମହାପାତ୍ର, ମ୍ୟାନେଜର୍‌, ଆଦିତ୍ୟ ସ୍ପାଇସ୍‌ ଆଣ୍ଡ ରେଷ୍ଟୁରାଣ୍ଟ

ତନ୍ଦୁର ପାମ୍ପ୍ଲେଟ୍‌ ଏଥରର ସ୍ପେସାଲ ବ୍ୟଞ୍ଜନ
ଗ୍ରାହକ ସର୍ବଦା ନୂଆ ଓ ଭିନ୍ନ ସ୍ୱାଦ ଚାଖିବାକୁ ଚାହିଁଥାନ୍ତି। ସମସ୍ତ ଜିନିଷକୁ ନଜରରେ ରଖି ହୋଟେଲ ପକ୍ଷରୁ ଛାଡଖାଇ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କ ପାଇଁ ନୂଆ କରି ତନ୍ଦୁରି ପାମ୍ପ୍ଲେଟ୍‌ ଦର ୭୦୦ ଟଙ୍କା, ମଟନ ବିରିୟାନି ୪୬୦ ଟଙ୍କା, ତନ୍ଦୁରି ଚିକେନ୍‌ ୨୬୦ ଟଙ୍କା ରହିଛି। ଆଶା ଅଛି ଏହି ଛାଡ଼ଖାଇ ସପ୍ତାହରେ ସୁସ୍ବାଦ ଖାଦ୍ୟ ଖାଇ ସହରବାସୀ ବେଶ୍‌ ଖୁସିରେ କଟାଇବେ।
ସୌମ୍ୟରଂଜନ ମଲ୍ଲ, ମ୍ୟାନେଜର୍‌, ବିଏନ୍‌ସନ୍‌ ବ୍ଲୁ ହୋଟେଲ ଓ ରେଷ୍ଟୁରାଣ୍ଟ

ଦୁଇଘଣ୍ଟାରେ ଘରେ ପହଞ୍ଚିବ ଆମିଷ ଅର୍ଡର୍‌
‘ମୋ ଭାଇ ଆପ୍ସ’ ସହରବାସୀଙ୍କ ପାଇଁ ଆଣି ଦେଇଛି ଛାଡ଼ଖାଇ ସ୍ପେସାଲ ଅଫର୍‌। ‘ମୋ ଭାଇ ଆପ୍ସ’ ମାଧ୍ୟମରେ ସହରବାସୀ ଘରେ ବସି ଆମିଷ ଅର୍ଡର‌୍ କରିପାରିବେ ଏବଂ ଦୁଇଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଖାଦ୍ୟ। ଆମିଷ ଭିତରେ ଖାସିମାଂସ, ପାମ୍ପ୍ଲେଟ, ଚିଙ୍ଗୁଡ଼ି, ଚିକେନ୍‌, କଙ୍କଡ଼ା, ଇଲିସି ମାଛ.. କଟକବାସୀ ଘରେ ରହି ଅର୍ଡର କରିପାରିବେ। କି‌ଲୋ ପିଛା ଖାସିମାଂସ ୬୮୦ ଟଙ୍କା, ପାମ୍ପ୍ଲେଟ‌୍ ୭୦୦ ଟଙ୍କା, ଚିଙ୍ଗୁଡ଼ି ୫୫୦ ଟଙ୍କା, ଟାଇଗର ପ୍ରନ୍‌ ୯୬୦ ଟଙ୍କା, ଖଅଙ୍ଗା ମାଛ ୬୫୦ ଟଙ୍କା, ଚିକେନ୍‌ ୨୭୦ ଟଙ୍କା, ଦେଶୀ ଚିକେନ୍‌ ୭୭୦ ଟଙ୍କା, କଙ୍କଡ଼ା ୯୫୦ ଟଙ୍କା, ଇଲିସି ମାଛ ୧୫ଶହ ଟଙ୍କା ଦରରେ ଏହି ‘ଆପ୍ସ’ ଦ୍ବାରା ଅର୍ଡର‌୍ କରିହେବ। ତେବେ ଅର୍ଡର‌୍ ପାଇଁ CTC.mobhai.com ମାଧ୍ୟମରେ ଅର୍ଡର‌୍ କରିପାରିବେ ଏହା ସହ ୭୦୭୭୪୨୩୩୩୩ ନମ୍ବର ଯୋଗ‌େ ଅର୍ଡର ରଖିବାର ବ୍ୟବସ୍ଥା ରହିଛି।
ଜ୍ୟୋତିରଞ୍ଜନ ସାହୁ, ମାଲିକ, ମୋ ଭାଇ ଆପ୍ସ

ସମ୍ବନ୍ଧିତ ଖବର