ଆଜି ଚାଉଳିଆଗଞ୍ଜ ବଜାର ବନ୍ଦ ଡ଼ାକରା; ରାଜପଥ ଅବରୋଧ

କଟକ: ଷଷ୍ଠ ବାଟାଲିୟନ୍ କ୍ବାର୍ଟର୍ ଉଚ୍ଛେଦ କରି ସେଠାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ନିଆଯାଉଥିବା ପଦକ୍ଷେପ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧିଙ୍କ ସହିତ ଆରଡିସିଙ୍କ ଆଲୋଚନା ବିଫଳ ହୋଇଛି। ନାଗରିକ ସୁରକ୍ଷା ମଞ୍ଚ ଓ ବିଭିନ୍ନ ପୂଜା କମିଟିର ପ୍ରାୟ ୫୦ ଜଣ କର୍ମକର୍ତ୍ତା ଆରଡିସିିଙ୍କ ସହିତ ଗତକାଲି ଆଲୋଚନା କରିବାକୁ ଯାଇଥିବା ବେଳେ ସେଠାରେ ଉଚ୍ଚବାଚ୍ଚ ହୋଇଥିଲା।

ଆଲୋଚନା ବିଫଳ ହେବାରୁ ମଞ୍ଚର କର୍ମକର୍ତ୍ତା ଆରଡିସିଙ୍କ କାର୍ଯ୍ୟାଳୟ ବାହାରେ ପ୍ରଶାସନର ନିଷ୍ପତ୍ତି ବିରୋଧରେ ନାରା ମଧ୍ୟ ଦେଇଥିଲେ। ତେଣୁ ଏହାର ପ୍ରତିବାଦରେ ଆଜି ଶୁକ୍ରବାର ପୂର୍ବ ନିଷ୍ପତ୍ତି ମୁତାବକ ମଞ୍ଚ ପକ୍ଷରୁ ରାଜପଥ ଅବରୋଧ କରାଯାଇଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବି ବନ୍ଦ ରହିଛି।

ସମ୍ବନ୍ଧିତ ଖବର