ଚୌଦ୍ବାର ବଡ଼କୁସନପୁର ନିକଟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

କଟକ: ଚୌଦ୍ବାର ବଡ଼କୁସନପୁର ନିକଟରୁ ଏକ ଅଖାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦହ ଉଦ୍ଧାର ହୋଇଛି। ରାସ୍ତା କଡ଼ରେ ଅଖା ବସ୍ତାଟି ପଡ଼ିଥିବା ଓ ସେଥିରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ଚୌଦ୍ବାର ଥାନାକୁ ଜଣାଇଥିଲେ।

ସୂଚନା ଅନୁଯାୟୀ, ଚୌଦ୍ବାରା ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ବଡ଼କୁସନପୁର ଗ୍ରାମ ନିକଟରେ ଏକ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଚୌଦ୍ବାର ଥାନା ଠାରୁ ପ୍ରାୟ ୨୦ କିଲୋମିଟର ଦୂର ବଡ଼କୁସନପୁର ବିଲ ରାସ୍ଥା ନିକଟରେ ଏକ ଅଖା ବସ୍ତା ପଡ଼ିଥିବା ଓ ସେଥିରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ଚୌଦ୍ବାର ଥାନା ପୁଲିସକୁ ଜଣାଇଥିଲେ।

ଖବର ପାଇ ଚୌଦ୍ବାର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତ ଗୋଡ଼ ବନ୍ଧା ମୃତ ଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠାଇଛି। ମୃତଦେହଟିର କୌଣସି ପରିଚୟ ମିଳିପାରି ନାହିଁ। ଚୌଦ୍ବା ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଘଟଣାସ୍ଥଳରେ ତଦନ୍ତ ଚାଲୁ ରଖିଥିବା ବେ‌ଳେ ଏହା ଏକ ହତ୍ୟାକାଣ୍ତ ବୋଲି ସ୍ପଷ୍ଟ କରିଥିବା ବେ‌ଳେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ପାରି ନଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର