ବର୍ଷାରେ ବେହାଲ୍‌ କଟକ, ଖପୁରିଆ ଶିଳ୍ପାଞ୍ଚଳରେ ଆଣ୍ଠୁଏ ପାଣି

ସରକାରୀ ପ୍ରେସ୍ ରାସ୍ତା ବୁଡ଼ିଲା, ବାଦାମବାଡ଼ି ଉବୁଟୁବୁ

କଟକ: ଆଜି ଅସରାଏ ବର୍ଷାରେ କଟକ ସହରର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଛି। ଏକାଧିକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଲିଙ୍କ୍‌ରୋଡ୍‌-ବାଦାମବାଡି ରାସ୍ତ‌‌ା, ମଧୁପାଟଣା ଓ ଖପୁରିଆ ରାସ୍ତା‌ରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଥିଲା। ଖପୁରିଆ ଶିଳ୍ପାଞ୍ଚଳ ଜଳବନ୍ଦୀ ରହିଥଲା। ସରକାରୀ ପ୍ରେସ୍‌ ସମ୍ମୁଖ, ଆଇଟିଆଇ ଛକ ଓ ଅନ୍ୟ ସ୍ଥାନମାନଙ୍କରେ ପାଣି ଜମି ରହିଥିଲା।

ଶିଳ୍ପାଞ୍ଚଳରେ ପାଣି ଜମି ରହିବାରୁ କେଇଘଣ୍ଟା ପାଇଁ ଯାନବାହନ ଯାତାୟାତ କରିପାରି ନଥିଲା। ଶିଳ୍ପାଞ୍ଚଳରେ ଡ୍ରେନ୍‌ଗୁଡ଼ିକ ପୋତି ହୋଇ ପଡ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର