କଟକ: ସହରର ମୁଖ୍ୟ ଡ୍ରେନ୍ରୁ ୬୦ ଓ ସର୍ଫେସ ଡେନ୍ରୁ ୪୦ ପ୍ରତିଶତ ପଙ୍କୋଦ୍ଧାର କାମ ଶେଷ ହୋଇଛି ବୋଲି ଜାଇକା ଓ ସିଏମ୍ସି ପକ୍ଷରୁ ଦାବି କରାଯାଇଛି। ମାତ୍ର ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଅସରାଏ ବର୍ଷା ପରେ ସହରର ବିଭିନ୍ନ ସ୍ଥାନରେ ପୂର୍ବପରି ଜଳବନ୍ଦିର ସମସ୍ୟା ଦେଖାଯାଇଛି। ଏପରିକି ଅନେକ ସ୍ଥାନରେ ବର୍ଷା ଛାଡ଼ିବାର ୧୫ ଘଣ୍ଟା ପରେ ବି ରାସ୍ତା ଉପରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଏହି ସବୁ ଚିତ୍ର ଜାଇକା ଓ ସିଏମ୍ସିର ପଙ୍କ ସଫେଇକୁ ନେଇ କରାଯାଉଥିବା ସମସ୍ତ ଦାବିକୁ ଧୂଳିସାତ୍ କରିଛି। ଅନ୍ୟପଟେ ସହରର ବିଭିନ୍ନ ଡ୍ରେନ୍ରୁ ପଙ୍କ ସଫା କରାଯାଇ ରାସ୍ତାରେ ପଡ଼ିଥିବା ବେଳେ ବର୍ଷାରେ ଏହା ପୁନର୍ବାର ଡ୍ରେନ୍ ଭିତରକୁ ବହିଯାଉଥିବା ଦେଖିବାକୁ ମିଳିଛି। ସହରରୁ ବର୍ଷାଜଳ ନିଷ୍କାସନ ଓ ଜଳବନ୍ଦି ସମସ୍ୟା ଦୂର କରିବାକୁ ସିଏମ୍ସି ମେୟର ସୁବାସ ସିଂହ ଗୁରୁତ୍ବ ଦେଇଛନ୍ତି। ଏପରିକି ଏପ୍ରିଲ ୭ରେ ଶପଥ ଗ୍ରହଣ କରିବା ଦିନ ହିଁ ସିଏମ୍ସି କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ସହ ଶ୍ରୀ ସିଂହ ଏ ବିଷୟରେ ଆଲୋଚନା କରିଥିଲେ।
ମୁଖ୍ୟ ଡ୍ରେନ୍ରୁ ସାହିବସ୍ତିର ନାଳରୁ ପଙ୍କ ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଗତକାଲିର ଟିକିଏ ବର୍ଷାର ପଙ୍କୋଦ୍ଧାର ବ୍ୟବସ୍ଥାକୁ ପଦାରେ ପକାଇଛି। ସହରର ସୂତାହାଟ, କେଶରପୁର ଆଦି ଅଞ୍ଚଳର ରାସ୍ତାରେ ଏକ ଫୁଟରୁ ଅଧିକ ଉଚ୍ଚାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ପାଣି ଜମି ରହିଥିଲେ ବି ଏହାର ନିଷ୍କାସନ ପାଇଁ ସିଏମ୍ସି ପକ୍ଷରୁ ପାଣି ମଟରର ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ତୁଳସୀପୁର, ବାଦାମବାଡି ପରି ବିଭିନ୍ନ ଅଞ୍ଚଳରେ ଡ୍ରେନରୁ ପଙ୍କ ସଫା କରାଯାଇ ରାସ୍ତାରେ ରଖାଯାଇଥିବା ବେଳେ ଏହା ବର୍ଷାରେ ତାହା ପୁଣି ଡ୍ରେନ୍ ଭିତରକୁ ବହିସାଇଥିବା ଦେଖିବାକୁ ମିଳିଛି।
Sambadଡ୍ରେନ୍ ସଫେଇ ହେବା ମାତ୍ରେ ତୁରନ୍ତ ରାସ୍ତାରୁ ପଙ୍କ ଓ ମାଟି ହଟାଇବା ପାଇଁ ମେୟର ନିର୍ଦ୍ଦେଶ ଦେଇଥିବା ବେଳେ ଅନେକ ସ୍ଥାନରେ ଏହା ୨ରୁ ୩ ଦିନି ପଡ଼ିକି ରହୁଥିବା ଦେଖିବାକୁ ମିଳିଛି। ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସହରରେ ପଙ୍କୋଦ୍ଧାର କାମ ଶେଷ କରିବାକୁ ଜାଇକା ଓ ସିଏମ୍ସିକୁ କୁହାଯାଇଛି। ତେବେ ଏହି କାମ କେବେ ଶେଷ ହେବ ତାହା ସମୟ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବର୍ଷାରେ କୃଷକବଜାର ଅବସ୍ଥା ସଙ୍ଗିନ୍ ହୋଇପଡ଼ିଛି। ପାଣି ଜମି ରହିବା କାରଣରୁ ଆଜି ଦିନବେଳା ବ୍ୟବସାୟୀ ଓ ଖାଉଟିମାନେ ବଜାର ଭିତରକୁ ପ୍ରବେଶ କରି ପାରି ନଥିଲେ। କେତେକ ବ୍ୟବସାୟୀ ବାଧ୍ୟ ହୋଇ ରାସ୍ତାରେ ବସି ବେପାର କରିଥିବା ବେଳେ ଆଉ କେତେକ ପାଣି ଟାଙ୍କି ନିକଟସ୍ଥ ଉଚ୍ଚା ସ୍ଥାନରେ ବସି ବେପାର କରିଥିଲେ। ଗ୍ରାହକମାନେ ମଧ୍ୟ ବହୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖ୍ୟ, କୃଷକବଜାରରେ ପାଣି ଜମା ହେବାର ମୁଖ୍ୟ କାରଣ ହେଉଛି କୃଷକବଜାରକୁ ଦୁଇ ଭାଗ କରିଥିବା ରାସ୍ତା। ଏଠାରେ ନିର୍ମାଣ ହୋଇଥିବା ରାସ୍ତାରେ ପାଇପ୍ ବସାଯାଇ ନଥିବାରୁ ବର୍ଷା ହେଲେ ପାଣି ନିଷ୍କାସିତ ହୋଇ ନ ପାରି ବଜାର ବୁଡ଼ୁଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଆଜି ଦିନତମାମ୍ ପାଣି ଜମି ରହିଥିବା ବେଳେ ସଂଧ୍ୟା ସୁଦ୍ଧା ନିଷ୍କାସନର କୌଣସି ବ୍ୟବସ୍ଥା ହୋଇନଥିଲା। ଆରଏମ୍ସି ପକ୍ଷରୁ ମଧ୍ୟ ଏହାର ସମାଧାନ ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ। ଆଗକୁ ବର୍ଷା ଆସୁଥିବାରୁ ଏବେଠାରୁ ପ୍ରତିକାର କରା ନଗଲେ କୃଷକବଜାର ସଂପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/IMG_20220522_222052110324.jpg)