କଟକ ରାଜନୀତି; ନଗର ବିଜେଡିର ନୂତନ କର୍ମକର୍ତ୍ତା; ଚୌଦ୍ବାର-କଟକ, ସଦରର ଦାବି ରହିଲା

ସୁବ୍ରତ ଘଡ଼ାଇ, ସୂର୍ଯ୍ୟସାରଥି ହେଲେ କାର୍ଯ୍ୟକାରୀ ସଭାପତି

କଟକ: କଟକ ନଗର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି। ନଗର ବିଜେଡି ସଭାପତି ମଧୁସୂଦନ ସାହୁଙ୍କ ସୁପାରିଶକ୍ରମେ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନ ପରେ ଏହି କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି। ଇଂଜିନିୟର ସୁବ୍ରତ ଘଡାଇ ଓ ସୂର୍ଯ୍ୟସାରଥି ବେହେରା କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି। ପୂର୍ବରୁ ଧର୍ମେଶ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିବା ବେଳେ ବାରବାଟୀ-ଚୌଦ୍ବାର-ସଦର କଟକର ପତିଆରାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ସଭାପତି ମଧୁ ସାହୁ ବାରବାଟୀ-କଟକର ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ସେହି ବାରବାଟୀ-କଟକରୁ କେମିତି ହେବେ ବୋଲି ପ୍ରଶ୍ନ ଉଠାଇ କିଛି ନେତା ଓ କର୍ମୀ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଭେଟିଥିଲେ। ବିଧାୟକ ସୌଭିକ ବିଶ୍ବାଳ ଓ ଚନ୍ଦ୍ରସାରଥି ବ‌େହେରା ମଧ୍ୟ କାର୍ଯ୍ୟକାରୀ ସଭାପତି ପାଇଁ ସେମାନଙ୍କର ମନୋନୀତ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିଥିଲେ। ଏଭଳି ସ୍ଥିତିରେ ଧର୍ମେଶଙ୍କୁ ଜିଲ୍ଲା ଉପସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ଆଜି ଚୌଦ୍ବାର-କଟକର ସୁବ୍ରତ ଘଡାଇ ଓ ସଦରର ଚନ୍ଦ୍ରସାରଥି ବ‌େହେରାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି।

ସେହିଭଳି ନମିତା ବାରିକ, ଏ. ଶ୍ରୀଦେବୀ, ହିମାଂଶୁ‌ଶେଖର ଦାସ, ରବୀନ୍ଦ୍ର କୁମାର ସାହୁ, ନିଶାକର ଦାଶ, ବିଜୟ ପ୍ରଧାନ, ଦୁର୍ଗାଚରଣ ସାହୁ, ପଦ୍ୟୁମ୍ନ କୁମାର ମହାପାତ୍ର, ମୈତ୍ରିଜିତ ମହାନ୍ତି, ଗଣେଶ ରାଉତ, ରାଜେଶ ଜେନା, ଦିଲ୍ଲୀପ ଜେନା, ସଂଜୀବ ଦାସ, ପତିତପାବନ ନାୟକ, କୌଶିକ ଜେନା, ଯୁଧିଷ୍ଠିର ବିଶ୍ବାଳ ଓ ଜଗନ୍ନାଥ ସାହୁ ଉପ ସଭାପତି, ଡକ୍ଟର ମହମ୍ମଦ ଆୟୁବ ଓ ତାପସ ମହାନ୍ତି ସାଧାରଣ ସଂପାଦକ, ଗୀତାଞ୍ଜଳି ବେହେରା, ଅଜୟ ମହାପାତ୍ର, କାଳୀଚରଣ ପାଣିଗ୍ରାହୀ, ସଂପଦ କୁମାର ମଲ୍ଲିକ, ସୁମିତ୍ରା ସାହୁ, ଅଧିର ଖଟୁ୍ଆ, ବିଶ୍ବନାଥ ଧିର, ଅଭିମନ୍ୟୁ ନାୟକ, ସଲିଲ ଘୋଷ, ବିଶ୍ବନାଥ ଦାସ, କ୍ଷୀରୋଦ ବେହେରା, ଅଭୟ କୁମାର ବେହେରା, ଶିଶିର କୁମାର ସାହୁ, ମେହେରାଜ ମହମ୍ମଦ, ସୌମେନ୍ଦ୍ର କୁମାର ସାହୁ, ଜନ୍ ଆଶିଷ ବରାଳ, ଶତ୍ରୁଘ୍ନ ବେହେରା, ବିଷ୍ଣୁଚରଣ ସାହୁ, ସିଦ୍ଧାର୍ଥ ସାହୁ, ଅଶୋକ ବେହେରା, ମନୋରଂଜନ ସାହୁ, ଆଶିଷ ସ୍ବାଇଁ, ବିଶ୍ବଜିତ ମହାନ୍ତି, ଫିରୋଜ ମହାପାତ୍ର, ସୁକାନ୍ତ ସାହୁ, ଚିତ୍ତରଂଜନ ସାହୁ, ଅଂଜନା ପାତ୍ର, ଦୀପସ୍‌ମିତା ଗିରି, ସଂଜୟ କୁମାର ବରାଳ, ପ୍ରକାଶ ନାୟକ, ସାତ୍ବିକ୍ ସ୍ବାଇଁ, ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରଦା ସାହୁ ପ୍ରମୁଖ ସଂପାଦକ, ସମରେନ୍ଦ୍ର ‌ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର