୩ୟ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟି କାଟି ସାଇକଲ ଲୁଟ, ରକ୍ତ ଜୁଡୁବୁଡୁ ଛାତ୍ରୀଙ୍କୁ ଏସ୍‌ସିବିରେ ଭର୍ତ୍ତି

କଟକ: ଚୌଦ୍ୱାର-ଟାଙ୍ଗୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ଶ୍ରେଣୀ ଛାତ୍ରୀର ତଣ୍ଟି କାଟି ସାଇକଲ ଲୁଟ କରିଛି ଜଣେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମାଣିଆସ୍ଥିତ ପଦ୍ମାବତୀ ଡିଏଭି ସ୍କୁଲର ଛାତ୍ରୀ ଦୀପିକା ତରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୀପିକା ନିଜ ଘର ଠାରୁ ୩ କିଲୋମିଟର ଦୂରରେ ଥିବା ପଦ୍ମାବତୀ ଡିଏଭି ସ୍କୁଲକୁ ପ୍ରତିଦିନ ସାଇକଲରେ ଯିବା ଆସିବା କରେ।

ଦୁର୍ବୃତ୍ତ ଜଣକ ଦୀପିକାକୁ ଏକାକୀ ପାଇଁ ପ୍ରଥମେ ଅଟକାଇ ପରେ ତଣ୍ଟି କାଟିଥିଲା ଓ ସାଇକଲ ନେଇ ଫେରାର ହୋଇଥିଲା। ଘଟଣାସ୍ଥଳରେ ଦୀପିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ, ସ୍ଥାନୀୟ ଲୋକେ ନିକଟସ୍ଥ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଦୀପିକାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟାଙ୍ଗୀ ଥାନା ପୁଲିସ ସୂଚନା ପାଇ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର