କଟକ: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ପ୍ୟାକେଜ ନମ୍ବର ୫ ଓ ୮ ଅନ୍ତର୍ଗତ ୧୭ଟି ୱାର୍ଡର ସୁଇପିଙ୍ଗ, ଡ୍ରେନ ସଫେଇ ଓ ଅନ୍ୟାନ୍ୟ ପରିମଳ କାର୍ଯ୍ୟ ହାତେଇଥିବା କଟକର ମଞ୍ଜୁ ସର୍ଭିସେସ୍ ସଂସ୍ଥାକୁ ଅଦାଲତି ଝଟକା ଲାଗିଛି। ମଞ୍ଜୁ ସର୍ଭିସେସ୍ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଟେଣ୍ଡର ଚୟନ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ମଞ୍ଜୁ ସର୍ଭିସେସ୍ର ଚୟନ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ପ୍ୟାକେଜ ନମ୍ବର ୫ ଓ ୮ ସଂକ୍ରାନ୍ତରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଏମଆର କନସୋର୍ଟିୟମ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଏମସିର ପ୍ୟାକେଜ ନମ୍ବର ୫ ଅନ୍ତର୍ଗତ ୱାର୍ଡ ନମ୍ବର ୨୪,୨୫, ୨୭, ୩୭, ୩୮, ୩୯, ୪୭, ୪୮, ୪୯, ୫୦, ୫୧ ଏବଂ ୮ମ୍ବର ପ୍ୟାକେଜ ଅନ୍ତର୍ଗତ ୩୧, ୩୨, ୩୩, ୪୨, ୪୩ ଓ ୪୫ ନମ୍ବର ୱାର୍ଡର ସୁଇପିଙ୍ଗ, ଡ୍ରେନ ସଫେଇ ଓ ପରିମଳ ଟେଣ୍ଡର ପ୍ରକ୍ରିୟାରେ ମଞ୍ଜୁ ସର୍ଭିସେସ ଅଂଶଗ୍ରହଣ କରି ଟେଣ୍ଡର ହାତେଇଥିଲା। ଏହା ବିରୋଧରେ ଆବେଦନକାରୀ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୨୦ରେ ଅନୁଗୁଳ ପୌରପାଳିକା ତିନି ବର୍ଷ ପାଇଁ ମଞ୍ଜୁ ସର୍ଭିସେସକୁ କୌଣସି ଟେଣ୍ଡରରେ ଅଂଶ ଗ୍ରହଣ କରିବାରୁ ବାରଣ କରିଥିଲା। ବିଏମସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ବେଳେ ମଞ୍ଜୁ ସର୍ଭିସେସ୍ ଏ ସଂକ୍ରାନ୍ତରେ ତଥ୍ୟ ଲୁଚାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Orissa-High-Court.jpg)