ଲାଞ୍ଚ ନେବାବେଳେ ଧରାପଡ଼ିଲେ କିରାଣୀ

କଟକ : ଅନୁଗୁଳ ବଅଁରପାଲସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ର˚ଜନ କୁମାର ନାୟକ କଟକ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଛନ୍ତି। ଅଭିଯୋଗକାରୀ ପାରତରା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ବକେୟା ବିଲ୍‌ ଓ ସ˚ଶୋଧିତ ଦରମା ସଂପର୍କିତ ଫାଇଲ୍‌ କାମ କରାଇବା ପାଇଁ ର˚ଜନ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାରମ୍ବାର ନିରାଶ ହେବାରୁ ଶେଷରେ ଅଭିଯୋଗକାରୀ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଟଙ୍କା ନେବା ପରେ ଭିଜିଲାନ୍ସ ଅଧିକାରୀମାନେ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରିଥିଲା। ଏସ˚କ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲାବେଳେ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର