ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କଟକର ମହାନଦୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ବସ୍‌ ଖସିପଡ଼ିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବସ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚି ଥିବା ବେଳେ, ସେମାନଙ୍କର ପରିଚୟ ମିଳିନାହିଁ। ଅନ୍ୟପକ୍ଷରେ ହେଲପ୍‌ଲାଇନ ନମ୍ବର (୦୬୭୧-୨୩୦୪୦୦୧) ଜାରି କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ ଆବଶ୍ୟକ ପରିମାଣରେ ରକ୍ତ ରଖାଯାଇଥିବା ବେଳେ ଅଧିକ ସଂଖ୍ୟକ ଆହତମାନଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଟିସ୍କାନର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସଯୋଗେ ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନା ଅଣାଯାଉଥିବା ବେଳେ କଟକ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ସମ୍ବନ୍ଧିତ ଖବର