କଟକ ମହାନଗର : ୨୧-୪୦ ବର୍ଷ ବୟସ ବର୍ଗରେ ସର୍ବାଧିକ ମାମଲା, ଘରର ବୟସ୍କ ସଦସ୍ୟଙ୍କୁ ‘ଓଲଟ-ଏକାନ୍ତବାସ’ରେ ରଖିବାକୁ ପରାମର୍ଶ
ଭୁବନେଶ୍ୱର : କରୋନା ସମୟରେ ପରିବାରର ବୟସ୍କ ସଦସ୍ୟମାନଙ୍କ ସୁରକ୍ଷା କ୍ଷେତ୍ରରେ ଯୁବପୀଢିର ସଦସ୍ୟମାନଙ୍କ ଗୁରୁଦାୟିତ୍ୱ ରହିଛି । ପରିବାରର କାମ କରୁଥିବା ସଦସ୍ୟମାନେ ଏବେ ଅଫିସ କିମ୍ବା ଶିଳ୍ପପ୍ରତିଷ୍ଠାନକୁ ଯାଉଥିବାରୁ ସେମାନେ ବାହାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କ ବ୍ୟକ୍ତିମାନଙ୍କୁ ଓଲଟ ଏକାନ୍ତବାସରେ ରଖିବାକୁ କଟକ ମହାନଗର ନିଗମ(ସିଏମସି) କମିଶନର ଅନନ୍ୟା ଦାସ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଓଲଟ ଏକାନ୍ତବାସର ଅର୍ଥ ହେଉଛି ଘରର ସୁସ୍ଥ ମାତ୍ର ବୟସ୍କବ୍ୟକ୍ତିଙ୍କୁ ଏକାନ୍ତବାସରେ ରଖିବା, ଯେପରିକି ସେ ବାହାରକୁ ଯାଉଥିବା ଅନ୍ୟମାନଙ୍କ ସହ ମିଶିପାରିବେ ନାହିଁ ।
Reverse quarantine is the need of the hour!
The younger generation has a vital role in protecting senior citizens with underlying co-morbidity from #COVID19. Limiting their exposure to the virus is the key.
Watch Commissioner CMC @AnanyaDasIAS detail about it. pic.twitter.com/eIJYx06Uwr
— CMC,Cuttack (@CMCCuttack) August 24, 2020
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଗତ ୧୪ ଦିନରେ ସିଏମସି ଅଞ୍ଚଳରେ ମୋଟ ୨୬୭୪୮ଟି ନମୁନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ଅର୍ଦ୍ଧେକ ହେଉଛି ଆରଟିପିସିଆର ଟେଷ୍ଟ । ଏହି ୧୪ ଦିନରେ ସହରରେ ୧୫୬୦ ଟି ନମୁନା ପଜିଟିଭ ବାହାରିଛି ଓ ପଜିଟିଭିଟି ହାର ୫.୯୭ ପ୍ରତିଶତ ରହିଛି । ପଜିଟିଭ ବାହାରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କାମକରୁଥିବା ବର୍ଗର ଅର୍ଥାତ ୨୧-୪୦ ଓ ୪୧-୬୦ ବୟସ ବର୍ଗର । ଗତ ଅଗଷ୍ଟ ୧୫ରୁ ୨୧ ମଧ୍ୟରେ ସହରରେ ମୋଟ ୯୫୩ଟି ପିଜିଟିଭ ବାହାରିଛି ଓ ଏଗୁଡ଼ିକ ମଧ୍ୟରୁ ସର୍ବାଧିକ ୪୪୨ଟି ମାମଲା ୨୧ରୁ ୪୦ ବୟସ ବର୍ଗରେ ରହିଥିବାବେଳେ ୨୯୩ଟି ମାମଲା ୪୧-୬୦ ବୟସ ବର୍ଗରେ ରହିଛି । କିନ୍ତୁ ମୃତ୍ୟୁହାର ୬୦ ବର୍ଷରୁ ଅଧିକ ବର୍ଗର ବୟସ ଶ୍ରେଣୀରେ ଅଧିକ ହେଉଥିବାରୁ ଯୁବପୀଢି ବୟସ୍କ ଲୋକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ପରିବାରରେ ଅଲଗା ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୨୯୪୯ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିବାବେଳେ କଟକ ଜିଲ୍ଲାରୁ ସର୍ବାଧିକ ୫୮୯ଟି ମାମଲା ଚିହ୍ନଟ ହୋଇଛି ।