କଟକ: କଟକ ସିଡିଏ ଅଞ୍ଚଳର ନିଦାନ ହସ୍ପିଟାଲରୁ ୩ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣା ପଡିଛି। କିନ୍ତୁ ଏହି ହସ୍ପିଟାଲ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ବି ହସ୍ପିଟାଲରେ ରୋଗୀ ସେବା କରୁଥିବାର ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଅଭିଯୋଗ ପାଇ ସିଏମ୍ସି କୋଭିଡ୍ ଏନ୍ଫୋର୍ସମେଣ୍ଟ ଟିମ ହସ୍ପିଟାଲରେ ଚଢଉ କରିଥିଲା। ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ନଥିବା କହିଥିଲେ। ପରେ ଟିମ୍ ପକ୍ଷରୁ ହସ୍ପିଟାଲ କର୍ମଚାରୀଙ୍କ କରୋନା ପରୀକ୍ଷା କରିବାରୁ ତିନି ଜଣ କର୍ମଚାରୀ ପଜିଟିଭ୍ ବାହାରିଥିଲେ। ସିଏମସି ପକ୍ଷରୁ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଥିବା ବେଳେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କୁହାଯାଇଛି। ସିଡିଏ ସେକ୍ଟର ୭ରେ ଥିବା ନିଦାନ ହସ୍ପିଟାଲରେ ଏଭଳି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସିଏମ୍ସି ପକ୍ଷରୁ ଆଜି ହସ୍ପିଟାଲର ୧୨ଜଣ କର୍ମଚାରୀଙ୍କର ଅାଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୩ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଥିଲା। ନିଗମ ପକ୍ଷରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତିନି ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି। ହସ୍ପିଟାଲ ସିଲ୍ କରାଯିବା ସଂପର୍କରେ ସିଏମ୍ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି କୋଭିଡ୍ ଏନ୍ଫୋର୍ସମେଣ୍ଟ ଟିମ ଅଧିକାରୀ ପରେଶ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/JYOTI-22-05-2021_6.jpg)